ହନୁମାନ ଜୟନ୍ତୀ
ହନୁମାନ ଜୟନ୍ତୀ
ହନୁମାନ ଜନ୍ମ ପଣାସଂକ୍ରାନ୍ତି
ଆମ ଓଡିଆ ପାଳନ କରନ୍ତି ।
କାହିଁ କାହିଁ ଶୋଭାଯାତ୍ରା ବାହାରେ
ଜନମାନସକୁ ହରଣ କରେ ।
ସୌରମାନ ବର୍ଷ ପ୍ରଥମ ଦିନ
ଜନମ ଜୟନ୍ତୀ ହୁଏ ପାଳନ ।
ଅତୁଳିତ ବଳଧାମ ବୋଲାନ୍ତି
ସ୍ବର୍ଣ୍ଣାଦ୍ରି ସମାନ ଶରୀର କାନ୍ତି ।
ଦନୁଜ ବନକୁ କୃଶାନୁ ସମ
ଜ୍ଞାନୀମଣ୍ଡଳର ଯେ ଅଗ୍ରଗଣ୍ୟ ।
ସର୍ବଗୁଣଯୁକ୍ତ ବାନରରାଜ
ଶ୍ରୀରାମ ଭକତ ଅନିଳାତ୍ମଜ ।
ଅଞ୍ଜନା ଗରଭୁ ଜନମ ହେଲେ
ଆଞ୍ଜନେୟ ନାମ ଗୋଟି ଧରିଲେ ।
ରୁଦ୍ର ତେଜ
ଘେନି ଜନ୍ମ ହେବାରୁ
ରୁଦ୍ରାତ୍ମକ ନାମ ବହନ୍ତି ଗରୁ ।
ଅଷ୍ଟସିଦ୍ଧି ନବନିଧି ପ୍ରଦାତା
ଏହି ବର ଦେଲେ ଜାନକୀ ମାତା ।
ପଣା ସଂକ୍ରାନ୍ତିରେ ହେଲେ ଜନମ
ମହାବୀର ହୋଇଲା ତାଙ୍କ ନାମ ।
ଅପ୍ରମିତ ବଳ ନାହିଁ କଳନା
ସାଧୁ ସନ୍ଥଙ୍କର ରକ୍ଷକ କିନା ।
ନାମ ଶୁଣି ଭୂତ ପ୍ରେତ ପିଶାଚ
ରହନ୍ତି ଦୂରରେ ନୁହଁଇ ମିଛ ।
କଳିକାଳର ପ୍ରତ୍ୟକ୍ଷ ଦେବତା
ଅଷ୍ଟ ଚିରଞ୍ଜିବୀ ମଧ୍ଯେ ଗଣିତା ।
ଭଜନ କରିଲେ ହନୁମାନଙ୍କୁ
ଅଚିରେ ଭେଟିବ ପ୍ରଭୁ ରାମଙ୍କୁ ।