ହେବୁ ଭଲ ମଣିଷ
ହେବୁ ଭଲ ମଣିଷ
ଥୁରୁଥୁରା ଶୀତ ମାସ ମାଘ ଆଉ ପଉଷ
ଭଲ ଲାଗେ ଜହ୍ନ ରାତି ଡର ଲାଗେ ଉଁଆସ ।
ଛପର ପାଇଁକି ଲୋଡା ନଡ଼ା ବତା ବାଉଁଶ
କାଠ କୁଟା ଜଳିଜଳି ହୋଇଯାଏ ପାଉଁଶ।
ପାଟିକୁ ସୁଆଦ ଭାରି ଅଣ୍ଡା ମାଛ ମାଉଁସ
ମଠ ମନ୍ଦିର ରେ ଜମା ପସେନାହିଁ ଆଇଁଷ।
ବେମାରୀ ବସନ୍ତି ମାଡ଼ି କଲେ ଖାଲି ଅୟସ
ଯୋଗ ବାୟାମ କଲେ ବଢିଯାଏ ଆୟୁଷ।
ଦେବତା ଅମର ହେଲେ ପାନ କରି ପିୟୁଷ
ଶିବଙ୍କର ଭାରି ପ୍ରିୟ କିଆ ଫୁଲ ଗୟସ ।
ଶିଶୁ ଆମେ ପଢ଼ିବା ଓ ଖେଳିବାର ବୟସ
ବଡ଼ ହେଲେ ଆମେ ସବୁ ହେବୁ ଭଲ ମଣିଷ।