Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramani Kanta Sahu

Inspirational Others

4.6  

Ramani Kanta Sahu

Inspirational Others

ହେ, ସ୍ୱାଧୀନ ଭାରତର ନାଗରିକ

ହେ, ସ୍ୱାଧୀନ ଭାରତର ନାଗରିକ

1 min
194


ହେ, ସ୍ୱାଧୀନ ଭାରତର ନାଗରିକ

ଭୁଲିଯାଅନି ଗାନ୍ଧୀ,ସୁବାଷ କି ସୁରେନ୍ଦ୍ର ସାଏ ଙ୍କୁ

ଭୁଲି ଯାଅନି ଲୌହମାନବ ସର୍ଦ୍ଦାର ପଟେଲଙ୍କୁ

ଅଥବା ଲାଲ ,ବାଲ, ପାଲ ଙ୍କୁ

ଭୁଲିଯିବନି କେବେ ସେଇ ଦେଶ ଭକ୍ତ, ଦେଶପ୍ରେମୀ ମାନଙ୍କୁ

ଯେଉମାନଙ୍କ ମହାନ୍ ବଳିଦାନ ରେ 

ତମେ ଆଜି ହେଇପାରିଛ ,ମୁକ୍ତ ଆକାଶର ବିହଙ୍ଗ।


ସେମାନେ ତ ମୁକ୍ତ କଲେ ପରାଧୀନତା ର ବନ୍ଧନରୁ

ନିଜ ଜୀବନକୁ ବାଜି ଲଗାଇ

କିନ୍ତୁ ,କିଏ ମୁକ୍ତ କରିବା ଆଜି 

ଅନ୍ୟାୟ ,ଅନୀତି ଆଉ ଦୁର୍ନୀତି ର ବନ୍ଧନରୁ?

ସମୟ ଆସିଛି ଆତ୍ମ ଚିନ୍ତନର,

ସମୟ ଆସିଛି ଆତ୍ମ ସମୀକ୍ଷା ର।


ହେ ,ସ୍ୱାଧୀନ ଭାରତର ନାଗରିକ

ହେ,ଭାରତର ଭବିଷ୍ୟତ, ଭାରତର ଭାଗ୍ୟ ବିଧାତା

ଅନୁପ୍ରାଣୀତ ହୁଅ ସେଇ ମହାନ୍ ଜନନାୟକଙ୍କ ଜୀବନାଦର୍ଶରେ

ଗଢିତୋଳ ଏକ ସୁସ୍ଥ ସମାଜ,

ନ ଥିବ ଯେଉଁଠି ଅନ୍ୟାୟ, ଅନୀତି ର ଚିହ୍ନ

ବହୁଥିବ ଯେଉଁଠି କେଵଳ ଶାନ୍ତି, ମୈତ୍ରୀ ଓ ପ୍ରୀତି ର ମଳୟ 

ବହୁଥିବ ଯେଉଁଠି କେବଳ ଶାନ୍ତି, ମୈତ୍ରୀ ଓ ପ୍ରୀତି ର ମଳୟ ।


Rate this content
Log in

Similar oriya poem from Inspirational