STORYMIRROR

ABADHOOT PANDA

Classics

4  

ABADHOOT PANDA

Classics

ହେ ନନ୍ଦୀଘୋଷ

ହେ ନନ୍ଦୀଘୋଷ

2 mins
288


ଜୟ ଜୟ ଜୟ ହେ ମଣିମା ଆମ ଜଗତ

ଗୋସାଇଁ, 

ବସିଛ କାହିଁ ପାଇଁ ଆଜି ରତ୍ନ ସିଂହାସନେ ଶ୍ରୀମୁଖ ଶୁଖାଇ ll


ପାଇ ନାହାନ୍ତିକି ବଡ଼ ପଣ୍ଡା ମହାଶୟଙ୍କ

ହସ୍ତୁ ମୁଖବାସ ଭୋଜନାନ୍ତେ ମଣିମା,

ଅର୍ଦ୍ଧାଙ୍ଗିନୀ ଜଗନ୍ମାତ ସାଗର ଦୁଲଣୀ

କରିନାହାନ୍ତିକି ଆପଣଙ୍କ ଶ୍ରୀପୟର ମର୍ଦ୍ଦନ ଶ୍ରୀକମଳହସ୍ତେ ପୋଷି ମନେ ଗାରିମା ll


ସଙ୍କର୍ଷଣ ମହାପ୍ରଭୁଙ୍କ ଦର୍ଶନ ବିରତି

କି ଆଜି ଦେଇଛି ମନେ ଭରି ତୁମ

ଜ୍ୟେଷ୍ଠାଶୀଷ ଅଭାବ-ଅବସାଦ,

ସେତ ଭୂରକ୍ଷକ ନ୍ୟାୟବନ୍ତ

ନିରପେକ୍ଷ ସ୍ୱୟଂ ଶେଷନାଗ ହରି

ନିଅନ୍ତି ତାଙ୍କ ହଳମୁନେ ସର୍ବ

ବିଶ୍ୱବାସୀଙ୍କ ଖେଦ ll


ଦେଇ ନାହାନ୍ତି କି ଦେଖା ଆଜି ତୁମ

ଅଲିଅଳି ଭଗିନୀ ରତ୍ନସିଂହାସନ

ଉପରେ ତୁମ ବାମ ପାରୁଶରେ,

ଶ୍ରୀମୁଖ ଦିଶେ ଆଜି ମଳିନ ତୁମର

ଆହେ ଚକାଡୋଳା ପବିତ୍ର ଘୋଷ

ଯାତ୍ରା ଦିବସେ କିମ୍ପାଇ କିଏ ବା

କହିପାରେ!!!


କେତେ ଅନୁଚିନ୍ତା କେତେ ଭାବଧାରାର ହୁଏ ଉଦ୍ରେକ ଚାହିଁଦେଲେ ତଵ ବୈଶ୍ଵିକ

ମଙ୍ଗଳ କାମୀ ଦିବ୍ୟଦୃଷ୍ଟିପୂର୍ଣ୍ଣ ବୃତ୍ତାକାର

ଅନନ୍ତ ଦିଗବଳୟ ପ୍ରସାରୀ ଚକ୍ଷୁ ଯୁଗଳ

ସତେ ଅବା ଭକ୍ତତ୍ରାଟକ କେନ୍ଦ୍ରବିନ୍ଦୁ,

ଯୁଗେ ଯୁଗେ ଉଦ୍ଧାରିଛ କେତେ ରତ୍ନାକର

କେତେ ଯେ ଅଜାମିଳ ସୁଧାରି ସେମାନଙ୍କ ଦାନଵତ୍ୱ, ପ୍ରଦାନ ପୂର୍ବକ ଚିର ଦେବତ୍ୱ ଆଉ ପ୍ରତିଷ୍ଠା କରାଇଛ ସେମାନଙ୍କୁ ପ୍ରଭୁ ମନୁଷ୍ୟ ସମାଜେ ଯଥା କ୍ରମ ବର୍ଦ୍ଧିଷ୍ଣୁ କୁମାର ପୂର୍ଣ୍ଣମୀ ନିର୍ମଳ ଇନ୍ଦୁ ll


ଭାବନାଘେରା ଆମ ଆଶଙ୍କିତ ମନ ଦେଇଚାଲେ ସ୍ୱତଃ ଆତ୍ମ ଭାଷଣ ରଖିଣ

ଦୃଷ୍ଟିକୋଣେ ଏକ ବିଂଶ ଶତାବ୍ଦୀର ଅଘଟଣାବଳୀ ଚାହିଁ ବିଶ୍ୱଚିନ୍ତାମଣିଙ୍କ ବିଷର୍ଣ୍ଣ ଶ୍ରୀମୁଖ ଆଉ ଚକିତ ଚକା ନୟନକୁ ଅବିରତ ସନ୍ଦିଗ୍ଧ ଚିତ୍ତେ,

ବାୟବ୍ୟ ମହାମାରୀର ପ୍ରାଦୁର୍ଭାବେ

ହୋଇଛନ୍ତି ନିଷ୍ପେସିତ ଅଗଣିତ ବିଶ୍ୱଜନ

ସମାଜ ଆଉ ମ୍ରିୟମାଣ ଅକାଳ ବିୟୋଗେ ଆତ୍ମୀୟସ୍ୱଜନଙ୍କ ବିଶ୍ୱ ନିୟନ୍ତା

ଆଉ ବିଶ୍ୱପ୍ରେମୀ ନୀଳାଦ୍ରିବିହାରୀଙ୍କ ଦୁନିଆଁ ଦରବାରେ ଅଯଥା ସୂତ୍ରପାତେ ll


ଆଗେଇ ଆସ ହେ ବ୍ରହ୍ମାଣ୍ଡ ସୃଷ୍ଟି ରକ୍ଷକ ହୋଇ ନନ୍ଦୀଘୋଷା ରୁଢ଼ ବାହାରି ଶ୍ରୀ ମନ୍ଦିର ବେଢ଼ାରୁ ଘୋଷଯାତ୍ରାର ଡିଣ୍ଡିମ ପିଟି ସଦର୍ପେ ଅଗ୍ରଜ ଓ ଭଗ୍ନୀଙ୍କ ସାଥେ ସହର୍ଷ ବଦନେ କରି ଭାବସିକ୍ତ ଉତ୍ସାହେ ଆଉ ଉଦ୍ଦୀପନାରେ ଉଦ୍ଭାସିତ ଅଗଣିତ ସୁପ୍ତ ମାନବଗଣେ ଦିବ୍ୟ ଜୀବନ ବର ଦାନେ,

ଲଭିବେ ସେମାନେ ଶାଶ୍ୱତ ଆନନ୍ଦ ମହୀଧାମେ ନିର୍ବିକାର ମାନସିକତା ତଵ ଦର୍ଶନେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ ପ୍ରତ୍ୟକ୍ଷ ମାନବ ଜୀବନର ମୂଲ୍ୟାଙ୍କନ ହେବ ସମ୍ଭବ ମାନବ ସମାଜେ ଚିରନ୍ତନ ନୈତିକତାର ମୂଳଦୁଆ ସ୍ଥାପନେ l


ହେ ମହାପ୍ରଭୁ ଦାରୁବ୍ରହ୍ମ କର ଉଦ୍ଧାର

ଦୁସ୍ଥ ପଥଭ୍ରଷ୍ଟ ପାର୍ଥିବ ଜନସମାଜର ଭବିଷ୍ୟ ଦାୟାଦଗଣେ ଦର୍ଶାଇ

ମାନବୀୟ ଧର୍ମର ଜୀବନ ଶୈଳୀ ଓ

ସୁସ୍ଥ ମାନସିକତାର ସଞ୍ଜିବନୀ,

କଳିକାଳର ଅଶାନ୍ତ ଓ ବିଶୃଙ୍ଖଳ

ମାନବ ଜୀବନ ହେବ ନିଶ୍ଚୟ ଉଦ୍ଭାସିତ

ବହି ତୁମ କୃପାଶୀଷ ରେଣୁ ଶିରେ, ହେବ

ନିଶ୍ଚୟ ଦୁଷ୍ଟ ନିବାରଣ ଆଉ ସନ୍ଥ ପାଳନ

ଏହି ଧରାପୃଷ୍ଠେ ପାଇବେ ସମସ୍ତ ବାମପନ୍ଥୀ ରାଷ୍ଟ୍ରନାୟକ ଗଣେ ପ୍ରଭୁ

ତଵ ଚେତାବନୀ ll

        


Rate this content
Log in

Similar oriya poem from Classics