STORYMIRROR

KUMUDA CHANDRA DALEI

Inspirational

2  

KUMUDA CHANDRA DALEI

Inspirational

ହେ ନୀଳାଚଳ ଗୋସେଇଁ

ହେ ନୀଳାଚଳ ଗୋସେଇଁ

1 min
13.6K


ହେ ନୀଳାଚଳ ଗୋସେଇଁ

ଦାତା ପଣ ପତକାକୁ ବହି

ଯାହା ଦେଲ ତାହା ନେଲ

ଶୂନ୍ୟ ହସ୍ତେ ଛିଡା କଲ

ହନ୍ତ ସନ୍ତ କରୁଛ କିମ୍ପାଇଁ

ପରାଭବ ଭୋଗୁ ଅଛି ମୁହିଁ...

ପ୍ରାଣୀ ମଧ୍ୟେ ଅଗ୍ରଗଣ୍ୟ

ସଂସାରେ ଦେଲୁ ଜନମ

ମାୟା ବନ୍ଧନରେ ହେଲି ବାନ୍ଧି

ଦିବା ନିଶି ବିତେ କାନ୍ଦି କାନ୍ଦି

ପ୍ରାରବ୍ଧ କି ଭୋଗୁ ଅଛି ମୁହିଁ

କି ଉଦ୍ଦେଶ୍ୟରେ ଦେଲୁ ତୁ ପଠାଇ..

ପାଞ୍ଚାଳୀ ଦ୍ରୂପ ନାନ୍ଦନୀ

ସଭା ମଧ୍ୟେ ବିବସନା

ମାନ ରଖି ଦେଲୁ ଅପମାନ

ମଥା ନତ ଶୌର୍ଯ୍ୟ ଦୁଃଶାସନ

ଉଦ୍ଦେଶ୍ୟ ତୋ ବୁଝି ହେଉନାହିଁ....

ମହା ପାପୀ ଅଜାମିଲ

ଭୟରେ କିଙ୍କର କାଳ

ପୁତ୍ର ନାରାୟଣ ଉଚ୍ଚାରନ୍ତେ

ବରକୁ ଉଦ୍ଧାରିଲୁ ତୁ କେମନ୍ତେ

ତୋର ନାମର ମହିମା ପରା ଏହି..

ଅକିଞ୍ଚନ କ୍ଷମା ଆଚରଇ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational