Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ହେ ମର୍ଯ୍ୟାଦା ପୁରୁଷ ରାମ

ହେ ମର୍ଯ୍ୟାଦା ପୁରୁଷ ରାମ

1 min
64



ଭୋଜି ତୋର ନାମ ଗମନ ବୈକୁଣ୍ଠ 


ଅଜ୍ଞାନୀ ପରା ବାଲ୍ମିକ 


ରଚେ ରାମାୟଣ ତବ ଶକ୍ତି ବଳେ


ରାମ ପ୍ରଭୁ ଅଲୌକିକ 


ଅନାଦି ଅନନ୍ତ ତୁହି


ଦେଲୁ ମାନବଙ୍କୁ ମନୁଷ୍ୟ କର୍ତ୍ତବ୍ୟ


ତୁହି ନର ରୂପ ବହି !!


ତୋର ବାଲ୍ୟରୂପ ଦେଖିବ ଜଗତ


ଦିବ୍ୟ ଭବ୍ୟ ମନ୍ଦିରରେ


ଗର୍ଭଗୃହେ ତୋର ପ୍ରାଣ ଯେ ପ୍ରତିଷ୍ଠା


ତ୍ରେତୟା ଯୁଗ ଦୃଶ୍ୟରେ


ଅଯୋଧ୍ୟା ହୁଏ ସଜ୍ଜିତ 


ବର୍ଷ  ପାଞ୍ଚ  ଶହ ସଙ୍ଘର୍ଷ ଜଡ଼ିତ


ସନାତନୀ ଯେ ଗର୍ବିତ !!


ହୁଏ ବିତରଣ ଅକ୍ଷତ ଦେଶରେ


ଗାଆଁରୁ ସହର ଯାଏ


ନିମନ୍ତ୍ରଣ ପରା ଜନମ ଉତ୍ସବ


ମନ୍ଦିର ମନ୍ଦିର ହୁଏ


କିମ୍ପା କାହିଁକି ନ ହେବ ?


କରିବା ଦର୍ଶନ ରାମ ବାଲ୍ୟରୂପ 


ଆରାଧ୍ୟ ଅଟନ୍ତି ଦେବ !!


ସଜ୍ଜିତ କରିବା ଗାଆଁର ମନ୍ଦିର


ମନ୍ଦିର ହେ ସହରର


କରିବା ସ୍ବଚ୍ଛତା ଗାଆଁ ଓ ସହର


ଏହୁତ ପୂଜା ରାମର


ଦୁନ୍ଦୁଭି ଭେରି ବାଜିବ 


ଶଙ୍ଖ ହୁଳହୁଳି ରାଷ୍ଟ୍ରେ ପଡ଼ୁ ଥିବ


ମୃଦଙ୍ଗ କାହାଳୀ ରାବ !!


ଦୀପଜାଳି ଦେବେ ଘରଘର ଜନ


ରାଷ୍ଟ୍ର ତହୁଁ ଆଲୋକିତ 


ଦେଶେ ଘୁଞ୍ଚି ଯିବ ତିମିର ଅନ୍ଧାର 


ଲକ୍ଷ୍ମୀ ହେବ ଆବିର୍ଭୁତ


ସୃଷ୍ଟିକର୍ତ୍ତା ପରା ରାମ


ସ୍ବପ୍ନ ରାମରାଜ୍ୟ କରିବେ ସାକାର 


ଆରାଧ୍ୟ ପ୍ରଭୁ ଶ୍ରୀରାମ !!




Rate this content
Log in

Similar oriya poem from Abstract