Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna N.K. Behera

Drama Classics Inspirational

3  

Kabiratna N.K. Behera

Drama Classics Inspirational

ହେ ମହାଭାଗ ! କରିବି କି ଅଭିଯୋଗ

ହେ ମହାଭାଗ ! କରିବି କି ଅଭିଯୋଗ

1 min
114



ହେ ମହାଭାଗ !

କରିବି କି ଅଭିଯୋଗ

          ପାଉନି ଖୋଜି ସୁଯୋଗ,

ଦେଇଛ ଯା' କରେ ଭୋଗ

             ନାହିଁ ଅଭିମାନ ରାଗ ।


ହେ ମହାଭାଗ ।

ଦେଖୁଛି ଯା' ଏ ଭୂଭାଗ

            ସବୁରେ ତୁମ ସରାଗ,

ତୁମ ବିନା ଯୋଗାଯୋଗ

          ନାହିଁ ତ କିଛି ସୌଭାଗ୍ଯ।


ହେ ମହାଭାଗ !

ତୁମେ ପାଶେ ଅନୁରାଗ

           ଥାଉ ମୋର ଯୁଗ ଯୁଗ,

ଜୀବନର ଯେତେ ଯାଗ

            ସବୁ ତ ତୁମର ତ୍ୟାଗ।


ହେ ମହାଭାଗ !

ଦେଖୁଛି ମୁଁ ଯେଉଁ ଦିଗ

         ଲୋଭ ମୋହର ଯେ ମାର୍ଗ,

ଶରୀରରେ ମନେ ରୋଗ

            ଦଂଶୁଅଛି କାଳ ନାଗ।


ହେ ମହାଭାଗ !

ବଦଳୁଛି ପାଣିପାଗ

           ବଦଳେନା ମନ ବେଗ,

ଅହଂ ମିଛ ମାୟା ଦୁର୍ଗ

           ନିରୀହ ଯେ ମୃଗ ଛାଗ।


ହେ ମହାଭାଗ !

ମାୟା ଶକ୍ତିର ପ୍ରୟୋଗ

            ଭବରୁ କର ବିୟୋଗ,

ହୁଅନ୍ତୁ ସବୁ ନୀରୋଗ

           ଏ ଧରା ହେଉ ସରଗ।

ହେ ମହାଭାଗ !

    






Rate this content
Log in

Similar oriya poem from Drama