STORYMIRROR

dipa parida

Inspirational

4  

dipa parida

Inspirational

ହେ ଗୁରୁ

ହେ ଗୁରୁ

1 min
187

ଗୁରୁ ତୁମେ ମୋର କେତେ ଯେ ମହାନ୍

ତୁମ ପଦ ଯୁଗଲେ ନିତି କରେ ପ୍ରଣାମ,

ଦେଇ ଶିକ୍ଷା,ଦୀକ୍ଷା ଗଢି ଭବିଷ୍ୟତ

ଉପଯୁକ୍ତ କରିଛ ପାଇବାକୁ ସମ୍ମାନ ।।


ପ୍ରଥମ ଗୁରୁ ମୋର ଜନ୍ମଦାତ୍ରୀ ତୁହି

ତୋ ଚରଣ ରେଣୁ ସଦା ଲୋଡୁ ଥାଇ,

ବିପଦେ ଆପଦେ ପଣତ ତୋର ମାଆ

ସାହା ହେଉଥାଏ ରିପୁକୁ ବାଧା ଦେଇ ।।


ପିତା ତୁମେ ମୋର ଦ୍ଵିତୀୟ ଗୁରୁ

ଆନ୍ତରିକ ଶ୍ରାଦ୍ଧ ଓ ସମ୍ମାନ ଏଇ ଅନ୍ତରୁ

ତୁମ ହାତସ୍ପର୍ଶ ଛାତ ମୋ ମୁଣ୍ଡର

ଭକ୍ତି ଟିକକ ଉଣା ନ ହେଉ ମୋ ଅନ୍ତରୁ ।।


ଅନ୍ନ ଗୁରୁ ମୋର ତୁମେ ସୂର୍ଯ୍ୟଦେବ

ସତ୍ୟ ନ୍ୟାୟର ଅଟ ପ୍ରତୀକ

ସ୍ଥିତି ତୁମ ଦିଏ ଜୀବ ଦାନ

କ୍ଷୁଧା ମେଣ୍ଟାଏ ଅନ୍ନ ମୁଠାକ ।।


ଶିକ୍ଷା ଗୁରୁ ମୋର ଦେଇ ଶିକ୍ଷା ଦାନ

କରିଦେଇଛନ୍ତି ଉଜ୍ଜ୍ୱଳ ଭବିଷ୍ୟତ

ତାଙ୍କ ଦାନ ପାଇଁ ପଣ୍ଡିତ ବୋଲାନ୍ତି

ସବୁପରା ମୋ ଗୁରୁଙ୍କ ପ୍ରଦତ୍ତ ।।


ଦୀକ୍ଷା ଗୁରୁ ମୋର କର୍ଣ୍ଣ ମନ୍ତ୍ର ଦେଇ

ଶିଖାନ୍ତି କୌଶଳ ଜୀବନକୁ ଆଗେଇ

ସଂସାରର ମୋହ ତୁଚ୍ଛ କରି ମନେ

ସଂସାରୀ ହୋଇବି ହରି ନାମ ଗାଉଥାଇ ।।


ପଞ୍ଚ ଗୁରୁ ମୋର ଅଟନ୍ତି ସର୍ବ

ତାଙ୍କରି ଯୋଗୁଁ ଲଭିଛି ଭବ୍ୟ,

ଭବ୍ୟ ଭବସାଗରୁ ତରିବାକୁ କରେ ପ୍ରୟାସ

ନୁହେଁ ମୁଁ ଅରୁଣିମା, ନୁହେଁ ଏକଲବ୍ୟ ।।



Rate this content
Log in

Similar oriya poem from Inspirational