STORYMIRROR

dipa parida

Inspirational

3  

dipa parida

Inspirational

ଗୁରୁ ଶ୍ରେଷ୍ଠ ତୁମେ

ଗୁରୁ ଶ୍ରେଷ୍ଠ ତୁମେ

1 min
172

କେତେ ଯେ ମହାନ୍ ତୁମେ ହେ ଗୁରୁ ଶ୍ରେଷ୍ଠ

ମହାନ୍ ତୁମ ସେଦିନର ଚିନ୍ତାଧାରା,

ଅନାୟାସ ରେ ସମର୍ପି ଦେଲ ଜନ୍ମଦିନ

ଦେଇ ଗୁରୁଦିବସ ର ଆଖ୍ୟା  ।।


ଅଠର ଶହ ଅଠାଅଶି ମସିହାରେ

ସେପ୍ଟେମ୍ବର ପାଞ୍ଚ ରେ ଜନ୍ମିଲ,

ତିରୁତାନି ର ବ୍ରାହ୍ମଣ ପରିବାରରେ

କେତେ ଗୁଣ, ଜ୍ଞାନ, ଚରିତ୍ର ରେ ବିମଣ୍ଡିତ ଥିଲ ।।


ଧନ୍ୟ ସେଇ ପିତା ସର୍ବପଲ୍ଲୀ ବିରାସ୍ୱାମି

ଧନ୍ୟ ତୁମେ ମାତା ସର୍ବପଲ୍ଲୀ ସୀତା,

ଧନ୍ୟ ସେ ମା କୋଳେ ପାଈ ବୀର ପୁତ୍ର

ଧନ୍ୟ ହେଲା ମୋ ଭାରତ ମାତା ।।


ଭଗବାନ ବୋଲି ମାନନ୍ତି ଶିଷ୍ୟ

ତୁମେ ମଧ୍ୟ ତାଙ୍କୁ ଭଲପାଅ,

ମାନବିକତା କୁ ସର୍ବ ଆଗ କରି

କର୍ମ କରିବାକୁ ତୁମେ ପ୍ରବର୍ତ୍ତାଅ ।।


ପ୍ରଭୁଙ୍କ ପାଦ ତଳେ ସମର୍ପି ଜୀବନ

କରିଚାଲିଥିଲ ଜ୍ଞାନ ଆହରଣ,

ସ୍ବାମୀ ବିବେକାନନ୍ଦଙ୍କୁ ଗୁରୁ ବୋଲି ମାନ

ମନ ତୁମ ସଦା ପଢିବାକୁ ଶାସ୍ତ୍ର ପୁରାଣ ।।


ମହା ଜ୍ଞାନି ତୁମେ ହେ ମହାତ୍ମା

ଅତୁଳନୀୟ ବର୍ଣ୍ଣନା ତୁମରି,

ଗୁରୁ ତୁମେ ଶ୍ରେଷ୍ଠ, ଅବର୍ଣ୍ଣନୀୟ ତୁମ ଗାଥା

ସରିବନି କହୁଥିଲେ କଥା ତୁମରି ।।



Rate this content
Log in

Similar oriya poem from Inspirational