STORYMIRROR

dipa parida

Inspirational Others

3  

dipa parida

Inspirational Others

ତୁମ ଚରଣରେ କୋଟି ନମସ୍ୟ

ତୁମ ଚରଣରେ କୋଟି ନମସ୍ୟ

1 min
139

ହେ ଗୁରୁ ତୁମ ଚରଣରେ କୋଟି ନମସ୍ୟ

ସାରା ଜୀବନ ମୋ କିଞ୍ଚିତ ମାତ୍ର ଅବଶ୍ୟ

ସୁଝିବାକୁ ତୁମ ଋଣ ଭାର ଏଇ ମୋ ଜୀବନର

ସତେ କେତେ ମହାନ୍ ଗୁରୁ ତୁମେ ମୋର ।।


କେତେ ଶିକ୍ଷା ଦୀକ୍ଷା ଦେଇ ମୋତେ ଦାନ

ସମାଜରେ ଆଜି ମୋତେ କରିଛ ମହାନ୍

ଅର୍ଜିଛି ଯାହା ଆଜି ମୁୁଁ ଯେଉଁ ପଦ

ତୁମ ଆଶିର୍ବାଦ ବିନା ନାହିଁ କିଛି ଆନ ।।


ଆଜିବି ଭୁଲିନି ତୁମ ଶିକ୍ଷା ସଂସ୍କାର

କର ଯୋଡ଼ି ପ୍ରଣାମ କରେ ବାର୍ ବାର୍

ସାଷ୍ଟାଙ୍ଗ ପ୍ରଣତି ପାଦ ତଳେ ତୁମ

ପ୍ରଭୁ ତୁମେ ମୋ ହୃଦୟ ମନ୍ଦିରର ।।


ବ୍ରହ୍ମା ବୋଲି ତୁମକୁ ପ୍ରଣତି କରେ 

ତୁମେ ପରା ବିଷ୍ଣୁ ଏଇ ମନରେ,

ଦେବ ଦେବ ମହେଶ୍ୱର ତୁମେ ମୋ

ସାକ୍ଷାତ ପରଂବ୍ରହ୍ମ ତୁମେ ଯେ ମୋର ।।



Rate this content
Log in

Similar oriya poem from Inspirational