ହେ ବନ୍ଧୁ ହେ ସଖା
ହେ ବନ୍ଧୁ ହେ ସଖା
ହେ ବନ୍ଧୁ,
ମୁଁ ତୁମ ସଖୀ, ତୁମେ ମୋର ସଖା,
ଅନୁରୋଧ ରଖିବ ମୋର,
କେବେ କରିବନି ମୋତେ ଏକା l
ବନ୍ଧୁତ୍ୱର ନାଲି ରଙ୍ଗକୁ ଆମ,
କେବେ ଭାବିବନି ତୁମେ ଫିକା,
ଏମିତି ବନ୍ଧୁତ୍ଵର ଶିଖା ଜଳୁଥାଉ,
କେବେ ନ ମିଳୁ, ଅନ୍ଧାରର ଦେଖା l
ଯଦି ବା କେବେ ଅନ୍ଧାର ଆସେ,
ଭାବିନେବା, ଇଏତ ଆମ ଭାଗ୍ୟର ରେଖା,
ଅମୃତ ତୁଲ୍ୟ ଏ ପ୍ରୀତିର ବନ୍ଧନେ,
ଆମେ ଭରୁଥିବା ସଦା ଆଶାର ଆକାଂକ୍ଷା ।
ହେଲେ ହାତ ଛାଡି ଯିବ ନାହିଁ କେବେ,
ଦେଇଦେଇ ମୋତେ ଧୋକା,
ନ ହେଲେ, ଏଇ କୋମଳ ହୃଦୟ ଟା,
ପାଲଟି ଯିବ ଗୋଟେ ପଥରର ଟେକା।
ବନ୍ଧୁତ୍ୱର ଋଣ କରିଛ ତୁମେ,
ସୁଝିବାକୁ ପଡ଼ିବ ତୁମକୁ ଏକା,
କେବେ ନ ହେଲା ନାଇଁ,ପାଉଣା ସୁଝିଲା ବେଳେ,
ହୁଏତ ହୋଇଯିବ ଆମ ଦେଖା ।
ଜୀବନଟା ପରା ଏମିତି,
ଦୁଇଧାଡ଼ି କବିତାର ଲେଖା,
ପଢିବାକୁ ପଡ଼ିବ ତୁମକୁ,
ମନରେ ନ ରଖି କିଛି ସଙ୍କା ।
ହୁଏତ ମୋ ଠାରୁ ଭଲ ସଖୀ ସହ,
ହୋଇପାରେ ତୁମର ଦେଖା,
କିନ୍ତୁ ଜୀବନରେ କେବେ ଖୋଜିପାଇବିନି,
ମୁଁ , ତୁମ ପରି ଜଣେ ସଖା।

