STORYMIRROR

Pt. Nityananda Khamari

Tragedy Inspirational

4  

Pt. Nityananda Khamari

Tragedy Inspirational

ହେ ଆନନ୍ଦ ମୟ ଭାଗ -୩

ହେ ଆନନ୍ଦ ମୟ ଭାଗ -୩

1 min
497


ଯେପରି ଜାଣିଛି  ପୂଜୁଛି ସେପରି

   ଗ୍ରହଣ କର ହେ!ପୂଜା

ସକଳ ସଂସାର  ମଉଡମଣୀତୁ

   ତୁ ପରା ଶ୍ରୀକ୍ଷେତ୍ର ରଜା l


ରଜା ପାଇଁ ସଜା  କେତେ ପାରିପାଟ୍ଟୀ

   ମୋ ସମୀପେ ନାହିଁ ତାହା

ପ୍ରକୃତି ରାଣୀ ମୋ  ସଜାଇ ବସିଛି

   ତୁମେ ଦେବ ବୋଲି ରାହା l


ଆଳଟ ଚାମର   ପବନ ଦେବତା

    କରନ୍ତି ସରାଗ ମନେ

ପୁଷ୍ପଗୁଚ୍ଛ ସାଥେ ବିଞ୍ଚନ୍ତି ହରଷେ

    ମିଳିବ କି ଭାଗ୍ୟ ଜନେ l


ହସ ହସ ବଦନ  ହେ ଦିବ୍ୟ ଲୋଚନ

    ଦିଶୁଅଛି କେଡ଼େ ଶୋଭା

ନରଠୁଁ କନ୍ଦର୍ପ   ଦେଖିଲେ ତୁମକୁ

    ହୋଇଥାଅ ମନଲୋଭା l


ଗଳାରେ ଲମ୍ବିଛି   କୌସ୍ତୁଭର ହାର

    କର୍ଣ୍ଣରେ ଶୋହେ କୁଣ୍ଡଳ

ଶୁଭ୍ର ସୂତ୍ର ସାଜେ   ଶ୍ରୀ ଯଜ୍ଞପବିତ୍ର

    ବକ୍ଷରେ ରଚି ମଣ୍ଡଳ l


ଲଳାଟରେ ଚିତା   ଗୋରୁଚନା ଦିଶେ

    ବାଳ ଭାନୁ ଉଦେ ସମ

ସମୀପେ ବସନ୍ତି   ସୁଦର୍ଶନ ଭଦ୍ରା

    ବଡ଼ ଭାଇ ବଳରାମ l


କି ଦେବି ଉପମା  ହେ କଳା ଠାକୁର

    ଦେବାକୁ ଉପମା ନାହିଁ

ସକଳ ଦେବତା   ଚଳନ୍ତି ଆଦେଶେ

     ଦାରୁ ବ୍ରହ୍ମ ବିଜେ ଯହିଁ l


ପ୍ରଭାତ ସୁରୁଜ   ସୁନେଲି କିରଣ

    ଢାଳନ୍ତି ଯତନ ଭରେ

ଶୁଭ୍ର ଆଲୋକର  ଧାରା ବିଛୁରିତ

    ହୁଏ ମହୀ ମଣ୍ଡଳରେ l

    

କ୍ରମଶଃ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy