STORYMIRROR

ଶିଶିର ସାହୁ ମନୋଜ

Inspirational

3  

ଶିଶିର ସାହୁ ମନୋଜ

Inspirational

ଗୁରୁ କିଏ କିଏ

ଗୁରୁ କିଏ କିଏ

1 min
451

ପ୍ରଥମ ଗୁରୁ ମାତା ଆମ୍ଭ 

ଦ୍ଵିତୀୟେ ଗୁରୁ ବୋଲାନ୍ତି ଆଚାର୍ଯ୍ୟ ।।

କର୍ମଗୁରୁ ହେଲେ ପିତା

ଧର୍ମଗୁରୁ ସର୍ଵଦା ଅଟନ୍ତି ମନ୍ତ୍ରଦାତା ।।

ପୂର୍ଵପୁରୁଷ ଆମ୍ଭ ଆତ୍ମାଗୁରୁ

କର୍ମକାଣ୍ଡେ ପୁରୋହିତ ସମସ୍ତଙ୍କ ଗୁରୁ ।।

ଗୁରୁ ପୁଣି ସମ୍ମାନାର୍ହ ଵ୍ଯକ୍ତି

ଯାହାଙ୍କୁ କରୁଥାଉ ସବୁବେଳେ ଭକ୍ତି ।।

ନିୟମକାରକ ଗୁରୁ ଯେ ଅଟନ୍ତି

ଗୁରୁ ପୁଣ ସ୍ଵୟଂ ବୃହସ୍ପତି ।

ଦ୍ଵାପରରେ ଦୋଣାଚାର୍ଯ୍ୟ ଗୁରୁ

ପୁଷ୍ଯାକୁ ବି କୁହାଯାଏ ଗୁରୁ ।

ସର୍ଵଜୀଵଙ୍କ ଗୁରୁ ହେଲେ ବ୍ରହ୍ମା

ଗୁରୁ ପୁଣି ନିଜେ ପରମାତ୍ମା ।

ଵ୍ଯାକରଣେ ଗୁରୁ ଦୀର୍ଘସ୍ବର

ଗୁରୁ ପୁଣ ପୂର୍ବ ବର୍ଣ୍ଣ ସଂଯୁକ୍ତାକ୍ଷରର ।।

 

ବିଷ୍ଣୁ, ଶିବ ମଧ୍ଯ ଗୁରୁ ବୋଲାଅନ୍ତି

ସମସ୍ତ ଜୀଵଙ୍କ ମଙ୍ଗଳ କରନ୍ତି ।।

ବିଷମ,ଉତ୍କଟ,ଦୁର୍ଗମ,ଦୁସ୍ତର ପ୍ରାୟେ ,

ଭାରିଦ୍ରବ୍ଯକୁ ଗୁରୁ କୁହାଯାଏ ।।

ଗୁରୁ ସିଏ ଯେ ଶ୍ଳାଘ୍ଯ ପୂଜନୀୟ

ଗୁରୁ ସଦା ଅପରାଜେୟ ।।

ଦୁର୍ବାହ,ମହତ୍,ପରାକ୍ରାନ୍ତ,ବୃହତ୍, କଠିନ,

ଉତ୍କୃଷ୍ଟ ଅଧିକ,ଅତିଶୟ ଓ ଅଜୀର୍ଣ୍ଣ ।।

ପ୍ରଯୋଜନୀୟ,ଯାହା ବହୁକାଳସ୍ଥାୟୀ

ଏ ସମସ୍ତକୁ ଗୁରୁ ବୋଲାଯାଇ ।।

ଏମନ୍ତେ ଗୁରୁ ଶବ୍ଦର ନାନା ଅର୍ଥ ଅଛି,

ସ୍ଥାନକାଳ ପାତ୍ରେ ଵ୍ଯଵହାର ହୋଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational