STORYMIRROR

Sambit Srikumar

Tragedy Inspirational

3  

Sambit Srikumar

Tragedy Inspirational

ଗୁଜବ

ଗୁଜବ

1 min
228


ତୁଣ୍ଡ ବାଇଦର ଶବଦ ଶୁଭେ ଶତ ସହସ୍ର କୋଶ

ଗୁଜବର ନଥାଇ ପାଦ ଭ୍ରମେ ସେଇ ସାରା ଜଗତ

ସତ୍ କଥା ପ୍ରଚାର କରିବା ଅତ୍ୟନ୍ତ କଠିନ ଦୁଷ୍କର

ତଡିତ ବେଗେ ବ୍ଯାପଇ ପରନିନ୍ଦା ଅପବାଦ ଖବର!!

କପୋଳକଳ୍ପିତ ଅତିରଞ୍ଜିତ କାହାଣୀ ରୋଚକ ମଧୁର

ଚାଞ୍ଚଲ୍ୟକର ଧୂଆଁଧାର ଏମିତି କେତେ ସ୍ବରୂପ ତାହାର

ଶ୍ରବଣ ମାତ୍ରକେ ତାହାକୁ ମନ ହୁଅଇ ଆନନ୍ଦେ ବିଭୋର

ସବିଶେଷ ବିବରଣୀ ପ୍ରାପ୍ତି ନିମନ୍ତେ ଜନେ ହୁଅନ୍ତି ଅଧିର!!

ସମସ୍ତ ମଣିଷ ଉଣା ଅଧିକେ ଉଡ଼ା ଖବରରେ ବିଶ୍ବାସୀ

କେହି ବି କେବେ ଜାଣିବାକୁ ଚାହେଁ ନାହିଁ ସତ୍ଯାସତ୍ଯ

ଆନର ଚରିତ୍ର ସଂହାର କୁତ୍ସାରଟନା ଲାଗେ ସୁଖପ୍ରଦ

ଜାନ୍ତବ ଆନନ୍ଦ ଉପଭୋଗ କରିବା ପାଇଁକି ଉତ୍କଣ୍ଠିତ!!

ବେଳେ ବେଳେ କାହିଁ ଏଇ ଗୁଜବ ଲାଗଇ ନିରାଟ ସତ୍ୟ

ବିନା ଚାକ୍ଷୁଷ ପ୍ରମାଣେ ମଣିଷ ଆମନ୍ତ୍ରଣ କରେ ପ୍ରମାଦ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy