STORYMIRROR

Bidyadhar Mantry

Classics Inspirational Others

4  

Bidyadhar Mantry

Classics Inspirational Others

ଗରିବର ଦୀପାଳି

ଗରିବର ଦୀପାଳି

1 min
331


ଆଲୋକ ମାଳାରେ ଚାକଚକ୍ୟ ଘର

ଧନୀ ପଇସା-ବାଲା ର

କେବଳ ଅନ୍ଧାର ରାଜୁତି କରୁଛି

ଗରିବର କୁଡ଼ିଆରେ

ମିଠା ପିଠା ବାଣ ଓ ନୂଆ ପୋଷାକ

ନାହିଁ ଗରିବ ଭାଗ୍ୟରେ

ଦୀପାବଳୀ ପର୍ବର ମହତ୍ତ୍ଵ ସେହି

ଧନୀ ଲୋକଙ୍କୁ ହିଁ ଜଣା 

ଅଳ୍ପ ପଇସାରେ ଦୀପାଳି ପାଳନ

ଗରିବର ବୁଦ୍ଧି ବଣା 

ଯେଉଁ ପିଲାର ବାପା ଦିନ ମୂଲିଆ

ଚାହେଁ କବାଟ ପାଖରେ

ବାପା କେତେବେଳେ ଆଣିବେ ଫୋଟକା

ବାଣ ଫୁଟେ ପାଖ ଘରେ ।


କୁମ୍ଭାର ର ମାଟି ତିଆରି ଦୀପର

ବିକ୍ରି ନ ହୋଇ ରହିଛି

ନାମକୁ ମାତ୍ର ମୂଲ୍ୟ କେତେ ପଚାରି

ଗ୍ରାହକ ଫେରି ଯାଉଛି

ବିଜୁଳି ବତୀର ଚାହିଦା ବଢ଼ିଛି

ମାଟି ଦୀପ କିଏ ନେବ!

କୁମ୍ଭାର ପିଲାଙ୍କର କି ଖୁସି ହେବ

ଯଦି ଦୀପ ବିକ୍ରି ନ ହେବ!  

ଆମ ପାଖେ ଛୋଟ ଗରିବ ବେପାରୀ 

ଖୋଲା ଆକାଶର ତଳେ

ଆଶା ବାନ୍ଧି ରହିଛନ୍ତି ବିକ୍ରି ହେଲେ

ଘର ଚଳାଇବେ ଭଲେ

ନିହାତି ଗରିବ କିଛି କହେ ନାହିଁ

ଦୀପାଳିରେ ଶ୍ୱାସରୁଦ୍ଧ

ନିଜ ପିଲାଙ୍କ ମୁହଁରେ ହସ ନାହିଁ

କିଏ ବା ଦେଉଛି ବୋଧ।


ଆସ, ମାଟି ତିଆରି ଦୀପ କିଣିବା

ରାସ୍ତା କଡେ ବିକ୍ରି ଯାହା

କୁମ୍ଭାରର କିଛି ରୋଜଗାର ହେବ

ତା ପିଲାଙ୍କୁ ହେବ ସାହା

ଘରକୁ ଆସିବା ଅବା ଭେଟି ମିଠା

ଗରିବଙ୍କୁ ଦେଇ କିଛି

ହସ ଫୁଟାଇବା ତାଙ୍କରି ମୁହଁରେ

ଯିଏ ଶୁନ୍ୟକୁ ଚାହିଁଛି

ଗରିବ ଘର ଆଗରେ ଦୀପ ଟିଏ

ରଖି ଆଲୋକ କରିବା

ଆମ ପାଖେ ରହି ଆମର ଖୁସିରେ

ତାଙ୍କୁ ସାମିଲ କରିବା

ନିଜ ଘର ସହିତ ଅଭାବୀ ଘରେ

ଚାଲ ଦୀପ ଜଳାଇବା

ହେଉ ଦୀପାବଳୀ ଭାଇଚାରା ର ପର୍ବ 

ଖୁସି ସଭିଙ୍କୁ ବାଣ୍ଟିବା ।।


Rate this content
Log in

Similar oriya poem from Classics