ଗ୍ରହ ଦଶା
ଗ୍ରହ ଦଶା
କରୋନା ରାକ୍ଷସୀ କି କଲାରେ ଆସି
ତୁୁମକ ପ୍ରବାସେ ରଖିଛି
ତୁୁୁମ ପ୍ରୀତିି ବିନା ରହି ମୁଁ ପାରେନା
ଝୁରିବାଟା ସାର ହେଉଛି
ଗ୍ରହ ଦଶା ଅବା ପଡିଛି।
ଆର ସନ ଗଲା ଏ ସନ ବି ବୋଧେ
ବିିିରହେ ବଞ୍ଚିବି ଲାଗୁଛି
ତାରା ଗଣି ଗଣି ତନୁ ଶୁଖିଲାଣି
ଜୀବନଟା ଯାହା ରହିଛି
ଗ୍ରହ ଦଶା ଅବା ପଡିଛି।
ନାଇଟ୍ ସାଙ୍ଗରେ ଫାଇଟ୍ କରି ମୁଁ
ଛଟପଟ ହୋଇ ମରୁଛି
କାମନା ନିଆଁରେ ଜଳି ଜଳି ମୁହିଁ
ନିଇତି ତୁମକୁ ଖୋଜୁଛି
ଗ୍ରହ ଦଶା ଅବା ପଡିଛି।
