STORYMIRROR

Ashok Kumar Pradhan

Tragedy

3  

Ashok Kumar Pradhan

Tragedy

ଗୃହ ବନ୍ଦୀ - 4

ଗୃହ ବନ୍ଦୀ - 4

1 min
11.5K


ଝରାଶେଫାଳିର ମହକେ ଉନ୍ମାଦ 

ମତୁଆଲା ମତି ଭ୍ରମେ, 

ଆହ୍ଲାଦିତ ପ୍ରାଣ ଆବେଗେ ଆବେଶ 

ବିଚଳିତ ହୁଏ କାମେ ll


ପୁଷ୍ପ ବିଚ୍ଛୁରିତ ପଲଙ୍କେ ଶାୟିତ 

ମୁକୁଳା ଦେହର ବାସ, 

ନିଶ୍ଵାସ ପ୍ରଖର ପ୍ରଗାଢ ସ୍ତ୍ରୈଣ 

ଭୋଗଲିପ୍ସୁ ପରଶ ll


ସ୍ଖଳିତ ସୌହାର୍ଦ୍ଦ୍ୟ ସୌଷ୍ଠବ ଗନ୍ଧରେ 

ବୀର ହୁଏ କାପୁରୁଷ, 

ଉଦ୍ଦାମ ନିଶାରେ ଲୁଟେ ତା ଶରୀର

ଭୋଗ କରେ ଅନାୟାସ ll


ମୁକୁଳା କେଶର ଅହେତୁ ଆନନ୍ଦ 

ଶିଖରକୁ ଯାଏ ଚୁମି, 

ବାସଦୀପ ତେଣେ ଜଳି ଜଳି ଯାଏ 

ଲିଭି ଆସେ ଥମି ଥମି ll


ଅଳସ ଦେହଟା ନୀରବତା ଭାଙ୍ଗେ 

ଆଇନାକୁ ଲାଜେ ଚାହିଁ, 

ବିଧି ବିଡ଼ମ୍ବନା ସ୍ଵପ୍ନ ସତ ହୁଏ 

କାହାକୁ ପାରେନା କହି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy