ଗଣତନ୍ତ୍ର ଦିବସର ଅନୁଚିନ୍ତା
ଗଣତନ୍ତ୍ର ଦିବସର ଅନୁଚିନ୍ତା
ଗଣତନ୍ତ୍ରର ପବିତ୍ର ମନ୍ତ୍ର ଖୋଜୁଛି ମଣିଷ ଆଜି
କିବା ସେ ପୂଣ୍ୟ ପବିତ୍ର ମନ୍ତ୍ର ଚାବି ଯାଇଅଛି ହଜି
ରାଜ୍ୟଟା ସାରା ବିଶୃଙ୍ଖଳା ର ନିଆଁ ରେ ଯାଉଛି ସିଝି
“ନିଷ୍ପେସିତର” ଆର୍ତ୍ତ ଚିତ୍କାର ମୁହୁର୍ମୁହୁ ଉଠେ ବାଜି ।
ଶାନ୍ତି,ମୈତ୍ରୀ,ପ୍ରୀତି, କି,ସଂହତି ରାମରାଜ୍ୟ କେତେଦୂରେ
ଗଣତନ୍ତ୍ର ର ସେଦିନ ସ୍ଵପ୍ନ ବିପନ୍ନ କାହିଁକି କୁହ
ଅଶାନ୍ତ ଧୂଆଁ ଦିଗ୍-ବଳୟ ଛୁଇଁ ଉଠେ ଆକାଶରେ
ଶୁଣିବ ବା କେବେ ନିଶ୍ଵ ଜନର ଅନ୍ତର ତଳ କୋହ ।
ଗଣତନ୍ତ୍ରରେ ଶୂନ୍ୟ ଆକାଶେ ତ୍ରୀରଙ୍ଗା ଉଡ଼ୁଛି ଆଜି
ସମବେତ ଯେତେ ଆମେସବୁ ସବୁ ସ୍ୱାର୍ଥପର ଦଳ
ଖଣ୍ଡ ବିଖଣ୍ଡ, “ବିଭକ୍ତ ସ୍ଵପ୍ନ” ରେ ମାଓ ଆତଙ୍କି ସାଜି
ଗଣତନ୍ତ୍ର କୁ ଧ୍ବସ୍ତ କରିକେ କରୁଛି ନେପଥ୍ୟେ ରୋଳ ।
ପୂଣ୍ୟ ପବିତ୍ର ଅଭୁଲା ଦିନ ତଥାପି ପାଳିବା ଆସ
ଅନେକ ରକ୍ତ ରଞ୍ଜିତେ ଯେଉଁ ଗଣତନ୍ତ୍ର ହେଲା ସସୃଷ୍ଟ
ହଜିନଯାଉ ସେହି ବୈଭବ ବିରାଜୁ ଗୌରବାଭାସ
ସାଇତି ରଖିବା ପରମ୍ପରା ହେଉରେ ଅମୃତ ବୃଷ୍ଟି ।
ଶୁଖ,ଶାନ୍ତି,ମୈତ୍ରୀ ଭାବଭଙ୍ଗୀ ମନୁହେଉ ଉଦ୍ଗିରଣ
ଅଖଣ୍ଡ ଭାରତ ଆକାଶୁ ଅନ୍ଧାର ଦୂର କରିବାକୁ ଆସ
ଆମେ ଶପଥ ନେବାରେ କରି ଜାତୀୟ ସଙ୍ଗୀତ ଗାନ
ଜୀବନ ବିନ୍ମୟେ ମାତୃଭୂମି ସେବା ମନେରଖି ଅଭିଳାଷ ।