STORYMIRROR

Kalandi pal

Classics Inspirational

3  

Kalandi pal

Classics Inspirational

ଘଟ ଗାଁ ତାରିଣୀ

ଘଟ ଗାଁ ତାରିଣୀ

1 min
358


ଆଜି ତ ଚଇତ ପୁନେଇଁ,

    ଆଜି ତ ଚଇତ ପୁନେଇଁ,

ହିନ୍ଦୁ ସମାଜର ନୂଆ ବର୍ଷ ଆଜି,

    ମାଜେଣା ହେବେ ମା ତାରିଣୀ। l0l


ଘଟ ଗାଁ ବାସିନୀ, ସଙ୍କଟ ହାରିଣୀ,

ତ୍ରି ପୁର ମୋହିନୀ, ଜଗତ ଜନନୀ,

ତୁ ଶିବ ଘରଣୀ, ପାପ ବିନାଶିନୀ,

ଦୁଷ୍ଟ ସଂହାରିଣୀ, ମଙ୍ଗଳ କାରିଣୀ,

ସାହା ହେବୁ ମାଆ ସାରା ଜଗତକୁ,

    ଦେଇ ତୋ ପରଶ ମଣି,

    ତୁହି ମା ଶାଳୁଅ ରାଣୀ। l1l


ସିନ୍ଦୁର, କର୍ପୁର, ଗୁଆ ଘିଅ ସଙ୍ଗେ

ଅଗରୁ, ଚନ୍ଦନ ଦେହରେ ଘେନି,

ନାଲି ମନ୍ଦାରକୁ ନାଲି ଶଙ୍ଖା ମାଆ

ପିନ୍ଧି କଳା ଶାଢ଼ୀ ପାଟ ପତନୀ

ଶିରି ଫଳ ଜଳେ ପାଦ ଧୋଉ ମାଆ,

   ଆଶିଷ ଦେ ମା ଭବାନୀ,

   ତୁହି ତ ମାଆ ତାରିଣୀ। l2l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics