STORYMIRROR

Bidyutlata Das

Abstract

3  

Bidyutlata Das

Abstract

ଘାଟ

ଘାଟ

1 min
358


ନଈ ଅତଡା ଖାଉଛି

ଅକାତକାତ ପାଣି,

ଥାଳି ମାରି ଦେଲେ

ଏ କୂଳରୁ ସେ କୂଳକୁ ଛୁଇଁବ ।

ଉଛୁଳୁଥିବା ସୁଅ ମୁହଁରେ

ଡଙ୍ଗା ଯଦି ବାଟ ଭୁଲିଯାଏ

ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

କାଶତଣ୍ଡୀଭରା ପଠାରେ

ଯେତେବେଳେ ସାନାଇର ମଧୁର ଆଳାପ

ପଣତକାନିରେ ବାଢ଼ି ଦେଉଥିଲା

ଆଞୁଳା ଆଞୁଳା ସ୍ୱପ୍ନ

ସ୍ୱଛ ଶାରଦୀୟ ତିଥିରେ

ଭସା ବଉଦ ସାଥିରେ

ଅମାନିଆ ମନଟା

ବାଟ ହୁଡୁଥିଲା ଥରକୁ ଥର

ଧରାବନ୍ଧା ଗତାନୁଗତିକତା ଠାରୁ

ବାହାରି ଯାଇ।

ଦୂର ବନାନୀ ର ଆକର୍ଷଣ ରେ

ଉନ୍ମୁକ୍ତ ହେଉଥିଲା ବାହୁପାଶ

ଅଦୃଶ୍ୟ କୁ ଆଲିଙ୍ଗନ କରି ,

ଘାଟ ସେତେବେଳେ ମାୟା ରଚୁଥିଲା

ନଈକୁ ମୋହିନୀ ରୂପରେ ସଜାଇ ।

ଶୀର୍ଣ୍ଣ ତନୁଲତାରେ ଅଗଣିତ କବିତା ଲେଖି

କୂଳ ଛୁଇଁ ଛୁଇଁ ଡାକୁଥିଲା ଘାଟରୁ

ଆ-- ଥରଟେ ଛୁଇଁ ଯା।

ସମୁଦ୍ର ର ଘାଟ ଥାଏ କି ?

ତା ପାଖରେ ନାଁ କିଏ ବନ୍ଧା

ନାଁ କିଏ ଛନ୍ଦା

ସେ ତ ମୋହମୁଗ୍ଧ ନୀଳ ଉପତ୍ୟକାର

ଏକ ଚତୁରୀ ରଜନୀ ଗନ୍ଧା ।

ଘାଟର ଚାରିପାଖରେ ଅନେକ ନଉକା

କୂଳକୁ ଭିଡିବ ଆଉ

ପାଣିକୁ ଛାଡିବ।

କେହି ସ୍ଥିର ନୁହଁ ,

ନାଁ ନଉକା ନାଁ ନାଉରି ?

ଅନେକ ଶିଉଳି ଘେରା

ଘାଟର ପଥର

ସେ ପଥର ଛାତିରେ ପୁଣି

ଅନେକ ଗହ୍ୱର ।

ଟିକିଏ ଅସାବଧାନ ହେଲେ

ନାଁ ଥଳ ନାଁ କୂଳ

କିଛି ର ଠିକଣା ନଥାଏ

ଘାଟିଆ କିନ୍ତୁ ନିର୍ବିକାର ।

ଘାଟ ଜଗିବାକୁ ସେ ଥାଏ

ଥାଇ ନଥାଏ ବି

କା ଟିଏ ଥୋଇ ଦେଇ

ଘାଟର କଉଡ଼ି କିନ୍ତୁ ମୂଲେଇ ନେଉଥାଏ

କେତେ ବାଗରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract