STORYMIRROR

Bidyutlata Das

Others

4  

Bidyutlata Das

Others

ରଥେ ତୁ ବାମନଂ ଦୃଷ୍ଟା

ରଥେ ତୁ ବାମନଂ ଦୃଷ୍ଟା

1 min
384


କେତେ ଖଣ୍ଡ କାଠ ଲୋଡା ତୋ ନନ୍ଦିଘୋଷ ରେ

କେତେ ବା ଝାଲର ଫୁଲ, ପାଟ ମଠା ପିନ୍ଧା

କେତେ ଆୟ ଅଳଙ୍କାର, କେତେ ପଟୁଆର

କେତେ କେତେ ନଇବେଦ୍ଯ ଆଡମ୍ବର ଧନ୍ଦା

ଭକତ ଗହଳି, ଶଙ୍ଖ ,ଘଣ୍ଟା ,ଓ କାହାଳୀ

ହୁଳହୁଳି ହରିବୋଲ ନାନା ଭାବଭଙ୍ଗି

ଛଳଛଳ ହୃଦୟର ଆବଗ କାକଳୀ

ପାଗଳ ଜନତା ଢେଉ ସବୁଯାଏ ଲଂଘି ।

ତଟସ୍ଥ ମୁଁ ଦେଖି ସବୁ ବହୁଦୂରେ ରହି

ଉର୍ଦ୍ଧ୍ବଶ୍ୱାସେ ରହେ ଖାଲି ଚକାଆଖି ଚାହିଁ

ବଳିୟାରଭୁଜ ତୋଳି ଲୀଳାମୟ ପ୍ରଭୁ

କି ଲୀଳା ଲଗାଅ ଯାର ଆଦି ଅନ୍ତ ନାହିଁ।

ତୋ ଲୀଳା ତୋ ଖେଳା ପ୍ରଭୁ ତୋପାଖରେ ଥାଉ

ଟଙ୍କା ତୋରାଣି ରେ ଖାଲି ବନ୍ଧା ପ୍ରାଣ ମୋର

ଛଡା ତୁଳସୀ ମୁଠାଏ ମଥାରେ ମୋ ଥାଉ

ଲୋଡା ନାହିଁ ଆଉ କିଛି ଘୋର ଏ ସଂସାର ।

ଲୋଡାନାହିଁ ସଂପଦର ସଂପନ୍ନ ସପନ

ଲୋଡାନାହିଁ ଯଶ ,ପଉରୁଷ ବା ସମ୍ମାନ

ଆଖି ଆଗେ ନାଚୁଥାଉ ତୋ ଚକାନୟନ

ହୃଦୟ ମୋ ଭଜୁଥାଉ ସଦା ତୋର ନାମ ।

ତୋ ଧାମରେ ପାଦ ଥୋଇ ରଥ ରଜ୍ଜୁ ଧରି

ଧାଇଁବାର ପ୍ରାଣସ୍ପୃହା କେବେ ନାହିଁ ମୋର

ତୋ କୃପା ଆଲୋକେ ପୂର୍ଣ୍ଣ ମୋ କ୍ଷୁଦ୍ର ଅଙ୍ଗନ

ସେଠାବରୁ ବାରମ୍ବାର କରେ ନମସ୍କାର ।

ତୋ ଶୂନ୍ଯପାଦକୁ ଧୁଏ ମୋର ଅଶ୍ରୁ ଜଳେ

ତୋତେ ଆଲିଙ୍ଗନ କରେ ଶୂନ୍ଯକୁ ଆବୋରି

ତୁଯେ ଆତ୍ମା ସୋଦର ମୋ ପରାଣ ମୁକୁଳେ

ସଦାକାଳ ରହିଅଛୁ ସୁବାସ ବିତରି ।

ରଥପରେ ଥରେ ଦେଖି ଚାହେଁ ନାହିଁ ମୁକ୍ତି

ଚାହେଁ ନାହିଁ ଏ ଜନମ ଶେଷଜନ୍ମ ହେଉ

ଅନ୍ତରେ ପୋଷିଛି ଏକ କାମନାର ଶୁକ୍ତି

ତୋ ନାମ ଗାଇବା ପାଇଁ ପୁନର୍ଜନ୍ମ। ନେଉ ।

ଭକ୍ତି ସଙ୍ଗୀତ ର ସୁରେ ମତୁଆଲା ହୋଇ

ଝରାଇ ନୟନୁ ପ୍ରେମ ଅଶ୍ରୁ ଧାର ଧାର

ସଂସାରର ମିଛ ଆଡମ୍ବର ଭୁଲିଯାଇ

ପାରିହେବା ପାଇଁ ଏହି ଭବ ପାରାବାର ।

ବାରମ୍ବାର ଜନ୍ମି ଏହି ପୂଣ୍ଯମୟ ଧାମେ

ଦେଖୁଥାଉ ମନଲୋଭା ତୋର ଚାରୁ ରୂପ

ଜପାମାଳୀ କରିଥାଉ ନାମକୁ ତୋହର

ଭୁଲି କ୍ଷୁଦ୍ର ହୃଦୟ ର ଆତୁର ସନ୍ତାପ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍