Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutlata Das

Others

3  

Bidyutlata Das

Others

ମୁଁ ଭଲ ଅଛି

ମୁଁ ଭଲ ଅଛି

1 min
479



ଏବେ ଏଠି ଆକାଶ ଖୁବ୍ ପରିଷ୍କାର

ବତାସର ଯା ଆସ ଲାଗିଛି ।

ବିଜୁଳିର ଲୁଚକାଳି ଖେଳ

ପାଣି ଟୋପାଏ ପାଇଁ ପାଟିତୁଣ୍ଡ ,ହାତାହାତି

ଯଦିଓ ଇନ୍ଦ୍ର ରଜା

ବର୍ଷିଦେଇଯାଉଛି ତୁହାକୁ ତୁହା

ଅନେକ ଥର ବଜ୍ରବିଜୁଳି ସହିତ .

ଭଙ୍ଗା କାନ୍ଥରୁ ମୁହଁ କାଢୁଛି ଚିତିସାପ

ଚାଳରୁ ଉଡ଼ି ଯାଇଛି ଛପର

ଅବଶିଷ୍ଟ କୁଟା କେରାକ ।

ଚିରା ପଲିଥିନ ପବନରେ ଉଡୁଛି ଫଡ ଫଡ

ଠିକ ଆମ ବଡ଼ଦେଉଳିଆ ଦିଅଁଙ୍କର

ପତିତପାବନ ବାନା ପରି ।

ଭଙ୍ଗା କାନ୍ଥରେ ବାଉଁଶ ଢ଼ିରା

ତା ତଳେ ଜନ୍ତୁ ଜୁନ୍ତା କୁକୁର ଶିଆଳ ମେଳରେ

ବିତିଯାଉଛି ସମୟ।

ପଡ଼ି ଯିବ କେତେବେଳେ ଉପରେ

ତାର ଠିକଣା ନାହିଁ ।

ପାଖରେ ଅଣ୍ଡିରା କାଉଟିଏ ନାହିଁ

ସବୁଠି ଠୋ ,ଠା ,ଠି ।

ଫାଙ୍କା ହୃଦୟ

ଶୂନ୍ୟ ମାନସ ପଟ

ନାଁ ଆଶା , ନାଁ ଆଶଙ୍କା- କିଛି ବି ନାହିଁ ,

ଚେତନା ହୀନ ଶରୀର ଟି ଖାଲି

ଟିକିଏ ଆଗପଛ ଦୋହଲୁଛି ।

ଖୁବ୍ ଗୋଟିଏ ପରିପୂର୍ଣ୍ଣତା

ବୋଧହୁଏ ଶେଷପ୍ରହରର ।

ସ୍ନିଗ୍ଧ ଆଲୋକିତ ସ୍ୱପ୍ନଟିଏ

ଶାନ୍ତ କରିଦେଉଛି ସମଗ୍ର ଚେତନା

ଅପେକ୍ଷା ରେ ସମୟ

ଶେଷ ସ୍ପର୍ଶ ଶିଳ୍ପୀର ଆସନ୍ନପ୍ରାୟ

ମୁଁ ଖୁବ୍ ଭଲରେ ଅଛି ,

ଆଉ କଣ ଲୋଡ଼ା ଯେ ???


Rate this content
Log in