STORYMIRROR

Mamatamanjari Das

Inspirational

3  

Mamatamanjari Das

Inspirational

ଗଛଟେ ଦିଅ ଲଗାଇ

ଗଛଟେ ଦିଅ ଲଗାଇ

1 min
27.5K


ମଞ୍ଜିଟିଏ ନେଇ ଭୂଇଁରେ ପୋତିଲେ

ହେବ ସିଏ ଦିନେ ବୃକ୍ଷ

ତା'ର ଯତ୍ନ ନେଇ ପାଳିଲେ ଆମେ

ଫେଡିବ ସେ ଆମ ଦୁଃଖ ।

ସନ୍ତାନଟେ ପରି ପାଳିଲେ ତାହାକୁ

କେତେ ଫୁଲ ଫଳ ଦେବ

ଶୀତଳ ପବନ ଦେବ ସେ ଆମକୁ

ଅମ୍ଳଜାନ ଯୋଗାଇବ ।

ଘର ଆଗ ପଛ ଲଗାଇଲେ ଗଛ

ଘରକୁ ହୋଇବ ଛାଇ

ଖରାଦିନ ତାତି ବାଧିବନି ଜମା

କଷ୍ଟ ମୋଟେ ହେବନାହିଁ ।

ପୁଅଟିଏ ହେଲେ ପାଳୁଛ ପୋଷୁଛ

କେତେ ଦୁଧ ଭାତ ଖୋଇ

ହେଲେ ବୃଦ୍ଧକାଳେ ସେଇ ପୁଅ ଦିନେ

ବୃଦ୍ଧାଶ୍ରମେ ଛାଡେ ନେଇ ।

ଗଛଟିଏ ପୋତି ତାର ଯତ୍ନ ନେଲେ

ଜୀବନ ସାରା ସେ ପୋଷିବ

ଛାଇତଳେ ତାର ଆଶ୍ରୟ ନେବ

ଫଳ ଆନନ୍ଦରେ ଖାଇବ ।

ଗଛ ଫୁଲ ଫଳ ଡାଳ ସବୁକିଛି

ଆମ ବ୍ୟବହାରେ ଲାଗୁଛି

ଜୀବନର ସଞ୍ଜ ନଇଁ ଗଲା ପରେ

ତା'କାଠରେ ଜୁଇ ଜଳୁଛି ।

ସେଥିପାଇଁ ବନ୍ଧୁ ମଞ୍ଜିଟିଏ ପୋତି

ଗଛଟେ ଦିଅ ଲଗାଇ

ସବୁ ଦୁଃଖ ତୁମେ ଭୁଲିଯିବ ଦିନେ

ଯେବେ ଦେବ ସେ ତୁମକୁ ଶୀତଳ ଛାଇ।


ମମତା ମଞ୍ଜରୀ ଦାସ,ବାଲିସାହି,ମଧୁପାଟଣା,କଟକ

ଦୂରଭାଷ ..୯୭୭୭୪୭୩୨୭୭


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational