STORYMIRROR

Manorama Mohanty

Abstract

2  

Manorama Mohanty

Abstract

ଗାଁ ରେ ଶୀତ ସକାଳ

ଗାଁ ରେ ଶୀତ ସକାଳ

1 min
526

ସୁରୁଜ ଉଇଁବା ଅନେକ ଆଗରୁ 

   କୁଆଁତାରା ନଭେ ଦେଖାଦିଏ

ଜାଙ୍ଗୁଲୁ ପାଙ୍ଗୁଲୁ ଶୀତ ସକାଳରେ 

   ଗାଁ ରେ କବାଟ ଫିଟି ନ ଥାଏ


ଶୀତଳ ପବନ ସାଇଁ ସାଇଁ ବହେ 

   କଳ କଳ ହୁଏ ମୋ ଗାଁ ନଈ 

ମୁକୁଳା ଆକାଶ ସେମିନାର ତଳେ 

     ବାଉଳା ସପନ ଦଉଡ଼ ଧାଇଁ


ସକାଳ ପିଠିରେ କଅଁଳିଆ ଖରା 

    ମଥାନ ଚାଳରୁ ତଳକୁ ଡିଏଁ 

ଛନ ଛନ ହୋଇ କୃଷକ ଭାଇଟି 

   ଖସଡ଼ା ହିଡ଼ରେ ଅମୁହାଁ ଧାଏଁ


କିଚିରି ମିଚିରି କା କା ରଡ଼ିରେ 

   ସକଳ ଆଖିରୁ ନେଞ୍ଜରା ଛାଡେ 

ଘଣ୍ଟା ଢଂ ଢଂ ଶଙ୍ଖ ପୁଂ ପୁଂ 

   ଦେଉଳ ବେଢା ରେ ଉଛୁଳି ପଡେ


ବାଡ଼ି ରୁ ଅଗଣା ଦାଣ୍ଡରୁ ଦୁଆର 

   ମାଆ ହାତେ ଝାଡୁ ଚରଚର 

ଲିପା ପୋଛା ଘର ଦିଶଇ ସୁନ୍ଦର 

   ଲାଗୁଥାଏ ଆହାଃ ସରଗପୁର


କିଏ ଯାଏ ବିଲ କିଏ ଯାଏ ବଣ 

   କିଏ ଯାଏ ନଈ ପୋଖରୀ କୂଳ 

ପିଲାଏ ଚାଲନ୍ତି ପାଠ ପଢିବାକୁ 

  ଗାଁ ପାଖ ମାଇନର ଇସ୍କୁଲ 


ସଅର ସଅର ବେଳ ଗଡିଯାଏ 

   ଥିରେ ଥିରେ କମେ ଦିନ ର କାଳ 

ସମୟ ସୁଅରେ ତାଳ ଦେଇ ଗଲେ 

   ଜୀବନ ଲାଗିବ ଅତି ସରଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract