STORYMIRROR

DILIP KUMAR SAHOO

Tragedy

4  

DILIP KUMAR SAHOO

Tragedy

ଗାଁ ମୋର ହୁଏ କଲବଲ

ଗାଁ ମୋର ହୁଏ କଲବଲ

1 min
296


ଗାଁ ମୋର ଥିଲା ଭାରି ଭଲ

ହେଉ ପଛେ ସିଏ ମଫସଲ

ଛପର ଘରକୁ ମାଟି ଗୋଡି ବାଟ

ଲାଗୁଥିଲା ସବୁ ଭାରି ଭଲ

ସହର ରଙ୍ଗରେ ରଙ୍ଗେଇ ହୋଇସେ

ହେଉଅଛି ଆଜି କଲବଲ

ଗାଁ ମୋର ଥିଲା ଭାରିଭଲ .


ସବୁ ଗଳି କନ୍ଦି ସିମେଣ୍ଟ ସଡକ

କାଦୁଅ ଲାଗୁନି ପାଦେ ଆଉ

ଚାଳଘର ସବୁ ଛାତ ହୋଇଲାଣି

ଗିରିଷମ ବାଆ ସାଧେ ଦାଉ

ଗାଁ ଦାଣ୍ଡେ ପିଲେ ଖେଳୁନାହାନ୍ତି ତ

ଖପରକାତି କି ଧୂଳି ଖେଳ

ବଦଳୁଛି ସବୁ ବେଳକାଳ ...


ରକତ ଚିହ୍ନୁନି ରକତକୁ ଆଉ

ରକତେ ଭିଜୁଛି ଗାଁ ଗୋଟା

ହାତେ ଜମି ପାଇଁ ହାତାହାତି ନିତି

ବାପା ମା ହୁଅନ୍ତି ବଣ୍ଟାକୁଣ୍ଟା

ଭାଇଚାରା କାହିଁ, ଭାଇତ ଭଗାରୀ

ଟାଉଟର ଏଠି ମାଳମାଳ

ଠକାମି ର ନାହିଁ ଥଳକୂଳ ...


ଭାଗବତ ଟୁଙ୍ଗୀ ଭୁଷୁଡି ଗଲାଣି

କ୍ଲବଘର ଏବେ ଉଛୁଳୁଛି

ପୋଥି ପୁରାଣକୁ ଉଈ ଖାଇଲେଣି

ନେଟ ଚାଟିଙ୍ଗି ଜମୁଅଛି

ସବୁ ଘରେ ଘରେ ମଟର ବାଇକ

ସପନ ହେଲାଣି ସାଇକେଲ

ଗାଁ ଆମ ହୁଏ କଲବଲ....


ଗାଁ ରେ ଆମର ବାର୍ ଖୋଲିଲାଣି

ବିକାଶର ଇଏ ଫର୍ଦ ନୂଆ

ବିଦେଶୀ ନିଶାରେ ନଝୁମିଛି ଯିଏ

ସିଏ ପରା କାଳେ ଘୋଡ଼ାମୁହଁ।

ରାଜନୀତି ଏଠି ଭାରି ଗରମତ

ଗାଁ କୁ କରୁଛି ଫାଳଫାଳ

ଟାଉଟର ଏଠି ମାଳମାଳ...


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Tragedy