ଗାଁ କୂଅ
ଗାଁ କୂଅ
ଅତି ଉପଯୋଗୀ କୂଅଟି ଗାଆଁର
ପଟାନ୍ତାର ନାହିଁ ଯାର,
କେତେ କାଳୁ ଏହୁ ଜଳର ଯୋଗାଣ
ଗାଆଁରେ କରେ ଆମର।
କେତେବର୍ଷ ହେଲା ନିର୍ମାଣ ଏହାର
କେହି ନପାରନ୍ତି କହି,
ନାମେ ଜଳମାତା ବିଖ୍ୟାତ କୂଅର
ଅପୂର୍ବ କୂଅଟି ଏହି।
ହୁଏ ପ୍ରତିବର୍ଷ ପୂଜନ ଏହାର
ଅତି ଖୁସି ଉଲ୍ଲାସରେ,
ଦେଉଅଛି ଜଳ ଗାଆଁ ଘରଘରେ
ନାହିଁ ତା ତୁଳନା କାରେ।
ଜଳେ ପୂର୍ଣ୍ଣଗର୍ଭା କୂଅଟି ଆମର
କେହୁ ନାହିଁ ତାର ପରି,
ଅଳ୍ପ ବୃଷ୍ଟି ହେଉ ହେଉ ବା ଦୁର୍ଭିକ୍ଷ
କୂଅ ଥାଏ ଜଳେ ଭରି।
ଜଳଅଟେ ପରା ମନୁଷ୍ୟ ଜୀବନ
ଜଳ ଦେଉଅଛି ଗ୍ରାମେ,
ସାଥୀ ଜୀବନର ଅଟେ କୂଅ ପରା
ଅଟେ ପୂଜନୀୟ ଗ୍ରାମେ।
ସବୁ ଗୁଣେ ପୂର୍ଣ୍ଣ କୂଅଟି ଆମର
ଦେଉଛି ସ୍ବାଦିଷ୍ଟ ଜଳ,
ଜଳେପୂର୍ଣ୍ଣ ହୋଇ ରହିଛି ସର୍ବଦା
ରହିଛି ଜଳ ନିର୍ମଳ।