STORYMIRROR

BiswaRanjan Sahoo

Romance

4  

BiswaRanjan Sahoo

Romance

ଏମିତି ହୁଅନ୍ତାନି!!

ଏମିତି ହୁଅନ୍ତାନି!!

1 min
205


କଣ ଆଉ ଥରେ ଏମିତି ହୁଅନ୍ତାନି,

ପୁଣି ଥରେ ଆମେ ଫେରିଯାନ୍ତେ ପଛକୁ,

ପୁଣି ଥରେ ଜୀଇଁ ପାରନ୍ତେ ସେହି ଦିନଗୁଡିକୁ।।


ତୁ କଲେଜ ଆସନ୍ତୁ ,ତୋର ସେହି ଲେଡି ବାର୍ଡ ସାଇକେଲ ଧରି,

ଆଉ ମୁଁ ଅପେକ୍ଷା କରିଥାନ୍ତି ଅଧା ରାସ୍ତାରେ,

ଚାଲି ଚାଲି ଯାଉଥାନ୍ତେ,ଅନେକ କିଛି ଗପି ଗପି।।


ତୋର ସେ ଲାଜୁଆ ଚାହାଣି ଆଉ ସେ ଗୋଲାପୀ ଓଠର ହସ କୁ ମୁଁ ପୁଣି ଦେଖୁଥାନ୍ତି,

ଆଉ ଆମକୁ ଦେଖୁଥିବା ଲୋକ ଗୁଡା କେମିତି ଟୁପଟାପ ହେଉଥାନ୍ତେ।।


କଲେଜ ର କାନ୍ଥ ସାରା ସାଙ୍ଗ ମାନେ ଲେଖୁଥାନ୍ତେ,ତୋ ନାଁ ସହ ମୋ ନାଁ ଯୋଡି ଦେଇ,

ରଫ ଖାତା ର ପଛ ପଟେ ଆଁକୁଥାନ୍ତି ମୁଁ ତୋ ଛବି କ୍ଲାସ ରେ ତତେ ଲୁଚି ଲୁଚି ଚାହିଁ ଚାହିଁ।।


ତୁ ସିନା ମୋ ଉପରେ ରାଗୁ, ମିଛି ମିଛିକା ଅଭିମାନ କରୁ,

କିନ୍ତୁ ସତ କହିଲୁ ଦିନେ ମତେ ନ ଦେଖିଲେ,ତତେ କେମିତି ଲାଗେ,ତୁ ନିଜେ ହିଁ ତ କହୁ।।


ଲୁଚେଇକି ଆଣିଥିବା ସେ ପିଜୁଳି ତୋ ହାତରେ ଦେଇଦେଲେ କାହିଁକି ଯେ ଲାଗେ,ଦୁନିଆର ସବୁ ଖୁସି ମୁଁ ପାଇଗଲି ଏକାଥରେ,କାହିଁକି ନା ତୋ ଖୁସିରେ ପରା ମୋ ଖୁସି ଅନ୍ତର୍ନିହିତ ରହିଥାଏ।।


କେବେ ବି ତ ମନ ଖୋଲି କହିନେ ଆମେ ଦୁହେଁ ଦୁହିଁଙ୍କୁ,

ଜଣେ ଅନ୍ୟ ଜଣକୁ କେତେ ଭଲ ପାଉ ବୋଲି।

ବୋଧ ହୁଏ କିଛି ପ୍ରେମ କିଛି କାହାଣୀ ଏମିତି ଅଧୁରା ରହିଯାଏ,ହୁଏତ ତୁ ଆଉ ମୁଁ କେହି ପାରିବାନି ଭୁଲି।।


ଏମିତି ହୁଅନ୍ତାନି,ପୁଣି ସେହି ମୁହୂର୍ତ୍ତ ଆସନ୍ତା ଫେରି,

ଆଉ ଏଥର ତତେ କହିଦିଅନ୍ତି,ମନ କଥା କୁ ଆଉ ମନ ରେ ନ ରଖି,ଆଉ ତୁ ହେଇଯାନ୍ତୁ ସବୁଦିନ ପାଇଁ କେବଳ ମୋର ଆଉ କେବଳ ମୋର।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance