STORYMIRROR

BiswaRanjan Sahoo

Romance

3  

BiswaRanjan Sahoo

Romance

ଦୂରତା

ଦୂରତା

1 min
221


ତୁମେ ଆଉ ମୁଁ,

ଆଉ ଆମ ଭିତରର ଦୂରତା,

କେବେ ମାପିବାକୁ ଚେଷ୍ଟା କରିଛ!!

ଯଦି କରିନ, କେବେ ଥରେ କରି ଦେଖ,

ଆଖି ର ଲୁହ ଓଠ ପାଖକୁ ଆସିବ ପାଇଁ,

ଯେତେ ଦୂରତା ଅତିକ୍ରମ କରିଆସେ,

ଠିକ ସେତିକି ଦୂରତା ତୁମ ଆଉ ମୋ ଭିତରେ।।


ତୁମେ ଆଉ ମୁଁ,

ଆଉ ଆମ ଭିତରର ଦୂରତା,

କେବେ ଲଙ୍ଘିବାକୁ ଚେଷ୍ଟା କରିଛ!!

ଯଦି କରିନ,କେବେ ଥରେ କରି ଦେଖ,

ହୃଦୟ ସୀମା ଡେଇଁ, ଭାବନା ଯେବେ ଓଠ,

ପାଖକୁ ଲଙ୍ଘିଆସେ,ଠିକ ସେମିତି ତୁମେ,

ପାରି କରିନବ ଏ ଦୂରତା କୁ।।


ତୁମେ ଆଉ ମୁଁ ,

ଆଉ ଆମ ଭିତରର ଦୂରତା,

କେବେ ପଢିବାକୁ ଚେଷ୍ଟା କରିଛ!!

ଯଦି କରିନ,କେବେ ଥରେ ପଢି ଦେଖ,

ଗୋଟିଏ ଆଖିର କଥା କୁ ଆଉ ଗୋଟେ ଆଖି,

ଯେମିତି ପଢିନିଏ, ଠିକ ସେମିତି,

ତୁମେ ପଢ଼ିନବ ଆମ ଭିତରର ଦୁରତାକୁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance