STORYMIRROR

Santosh Kumar Ojha

Tragedy

4  

Santosh Kumar Ojha

Tragedy

ଏକାକୀ ଜୀବନେ

ଏକାକୀ ଜୀବନେ

1 min
299


ମନ ନେଇ ଗଲ ଚାଲି

ପ୍ରେମକୁ ମୋ ଦେଇ ଠେଲି

ଛାଡ଼ି ଗଲ ମୋତେ ଏଇ 

      ସ୍ମୃତି ଝାଉଁ ବଣେ

ରହୁ ରହୁ ରହି ଗଲି ଏକାକୀ ଜୀବନେ ।


ବଢ଼ି ଗଲା ଆୟୁ ଜାଣ

ଝଡ଼ି ଗଲା ଯଉବନ

ମଉଳି ଗଲା ବି ଫୁଲ

         ବିଦଗ୍ଧ ଫଗୁଣେ

ରହୁ ରହୁ ରହି ଗଲି ଏକାକୀ ଜୀବନେ ।


ତମେ ଯେବେ ଗଲ ଭୁଲି

ସ୍ମୃତି ସବୁ ପୋଛି ଦେଲି

ତମେ କିନ୍ତୁ ରହି ଗଲ

         ମନ ଉପବନେ

ରହୁ ରହୁ ରହି ଗଲି ଏକାକୀ ଜୀବନେ ।


ତୁମେ ଗଲା ପରେ ପରେ

ପ୍ରୀତି ଆସି ନିତି ଫେରେ

         କୋଇଲି ବାହୁନେ

ରହୁ ରହୁ ରହି ଗଲି ଏକାକୀ ଜୀବନେ ।


ଝଙ୍କାଳିଆ ଆମ୍ବ ତୋଟା

ଏବେ ଦିଶେ ଥୁଣ୍ଟା ଥୁଣ୍ଟା 

ଭାଙ୍ଗି ଗଲା ଡାଳ କାଳ-

         ବୈଶାଖୀ ପବନେ

ରହୁ ରହୁ ରହି ଗଲି ଏକାକୀ ଜୀବନେ ।


ତୁମ ପ୍ରୀତି ରଂଗ ଛିଟା

ବୋଲି ଥ

ିଲ ଦେହ ଗୋଟା

ଛାଡ଼ୁ ନାହିଁ ଯେତେ ଥର

          ଧୋଇଲେ ଶ୍ରାବଣେ

ରହୁ ରହୁ ରହି ଗଲି ଏକାକୀ ଜୀବନେ ।


ତୁମ ହାତ ଲେଖା ଚିଠି

ଚୋରି କରି ସହପାଠୀ 

ଜିତି ଗଲେ ପ୍ରେମ ପାଠେ 

        ଗୋପନେ ଗୋପନେ

ରହୁ ରହୁ ରହି ଗଲି ଏକାକୀ ଜୀବନେ ।


ସୀମନ୍ତ ପଡ଼ିଛି ଖାଲି

କେହି କଲେ ନାହିଁ ନାଲି

ଶୁଖୁଛି ହଳଦୀ ଗିନା

           ବିବାହ ଲଗନେ

ରହୁ ରହୁ ରହି ଗଲି ଏକାକୀ ଜୀବନେ ।


କେତେ ନିନ୍ଦା ତୁମ ପାଇଁ

ବଞ୍ଚିଛି ମୁଁ ସହି ସହି

ଚିନ୍ତି ନାହିଁ କେବେ ତୁମ

           ଅମଙ୍ଗଳ ଦିନେ

ରହୁ ରହୁ ରହି ଗଲି ଏକାକୀ ଜୀବନେ ।


ତୁମ ଛଡ଼ା ଆଉ କେହି

ଆଖିକୁ ବି ଆସି ନାହିଁ

ଆସିବେ ବି ନାହିଁ ଏଇ

          କଅଁରା ସପନେ

ରହୁ ରହୁ ରହି ଗଲି ଏକାକୀ ଜୀବନେ ।


Rate this content
Log in

Similar oriya poem from Tragedy