STORYMIRROR

Binata Mohanta

Inspirational Others

4  

Binata Mohanta

Inspirational Others

ଏକ ସୁଯୋଗ୍ୟ ସନ୍ତାନ

ଏକ ସୁଯୋଗ୍ୟ ସନ୍ତାନ

1 min
360

୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ

      ଉତ୍କଳ ମାଟିରେ ଜନମିଲେ ଏକ ମହାପୁରୁଷ 

  ସମୟକ୍ରମେ ଉଜ୍ବଳ ତାରକା ପରି ପ୍ରକଟିଲେ

       ନାମ ତାଙ୍କର ସୁଭାଷ ଚନ୍ଦ୍ର ବୋଷ ।


 ଉଚ୍ଚଶିକ୍ଷାର ସମାପନା ପରେ

        ସ୍ବାଧୀନତା ସଂଗ୍ରାମରେ କରିଥିଲେ ସେ ଯୋଗଦାନ 

  ଗାନ୍ଧୀଜୀଙ୍କର ନେତୃତ୍ବରେ ଭାରତ ବାସୀଙ୍କୁ

        ସେ ଏକତ୍ରିତ ହେବାକୁ ଦେଇଥିଲେ ଯେ ଆହ୍ୱାନ ।


  ତ୍ୟାଗ, ନିଷ୍ଠା, କାର୍ଯ୍ୟ ଦକ୍ଷତା ଗୁଣେ

         ଅଧିଷ୍ଠିତ ହେଲେ ଏକ ଦକ୍ଷ ନେତା ରୂପେ

  ସୁବାଷ ନାମରୁ ନେତାଜୀ ବୋଲି

          ସମ୍ବୋଧନ କଲେ ପୁଣି ଲୋକେ ।


  ସଭା ସମିତିର ପ୍ରତିଟି ଭାଷଣେ

          ଓଜସ୍ବିନୀ ଶବ୍ଦର ବରଷୁଥିଲା ଶଦ୍ଦ ବାଣ

  ଏହି ମଞରୁ ସ୍ବାଧୀନତା ସଂଗ୍ରାମରେ

        ସାମିଲ୍ ହେବାକୁ ପ୍ରେରଣା ପାଉଥିଲେ ଜନସାଧାରଣ ।


   ବଙ୍ଗଳାର ତୁମେ ଗ୍ରାମେ ଗ୍ରାମେ ବୁଲି

         ଏକତ୍ରିତ କଲ ଛାତ୍ର, ଓକିଲ, ଶିକ୍ଷକ,କୃଷକ

   ସ୍ବାଧୀନତା ସଂଗ୍ରାମର ଗାଥା ଲେଖିବାକୁ

           ପ୍ରକାଶିଲ ଖବରକାଗଜ ସ୍ବରାଜ ନାମକ ।


   ଉତ୍ତକ୍ତ ହୋଇ ଇଂରେଜ ସରକାର

             ବାରମ୍ବାର ଗୀରଫ କରୁଥିଲେ ତାଙ୍କୁ  

   ବନ୍ଦି ଜୀବନ କଟାଇବା ନିମନ୍ତେ ପଠାଇଲା

             ସୁଦୂର ବର୍ମାର ମଣ୍ଡଲେ ଜେଲକୁ ।


   ଅସହଯୋଗ ଆନ୍ଦୋଳନରେ ଯୋଗଦାନକରି

            ଅନେକଥର କରିଥିଲେ କାରାବରଣ

    ଦୁର୍ଦ୍ଧଶ ଇଂରେଜଙ୍କୁ ତଡିବା ନିମନ୍ତେ

            ରକ୍ତାକ୍ତ ସଂଗ୍ରାମ କରିବାକୁ କରିଲ ପ୍ରଣ ।


    'ଦିଲ୍ଲୀ ଚଲୋ' ସ୍ଲୋଗାନ ସହିତ

             ଉଡାଇଲ ସ୍ବାଧୀନତାର ଧ୍ୱଜ

    ଇଂରେଜଙ୍କୁ ଦେଶରୁ ତଡିବା ପାଇଁ

             ଗଢିଲ 'ଆଜାଦ ହୀନ୍ଦ' ଫୌଜ ।


    ଓଡ଼ିଶା ମାଟିର ସୁଯୋଗ୍ୟ ସନ୍ତାନ ହେତୁ

             ଓଡ଼ିଶା ତୁମ ପାଇଁ ଗର୍ବିତ

    ଏକ ନିଃସ୍ଵାର୍ଥପର ଜନ ନାୟକ

             ଥିଲତମେ ନିର୍ଭୀକତାର ପ୍ରତୀକ ।


    ସୁବାଷ,ତମେ ଥିଲ ଏକ ନିର୍ଭୀକ ବୀର

            ଓ ଅସାଧାରଣ ବ୍ୟକ୍ତିତ୍ବର ଅଧିକାରୀ

     ଭାରତ ଇତିହାସ ପୃଷ୍ଠାରେ ସ୍ଵର୍ଣ୍ଣାକ୍ଷରେ

              ଲିପିବଦ୍ଧ ବୀରତ୍ବର ଗାଥା ତୁମରୀ ।              


Rate this content
Log in

Similar oriya poem from Inspirational