ଏକ ପ୍ରଶାନ୍ତ ସକାଳ
ଏକ ପ୍ରଶାନ୍ତ ସକାଳ


ମୁଁ ଓ ମୋ ଅଙ୍ଗାଙ୍ଗି କରୁଥିଲୁ ଗମନ
ମୃଦୂ ମୃଦୂ ବହିଯାଏ ସକାଳର ପବନ
ବାଟରେ ସାଥେ ଚାଲିଲେ ହାତଦିଏ ସୂଚନା
ଗୋଡ ମୋର ଚାଲିବାକୁ କରେ ନିତ ମନା |
ମୋ ବିବେକ କହେ ମତେ, ବାଟରେ ଗଲେ
କି ସୁନ୍ଦର ଦୃଶ୍ୟ ଏହି ଗଗନ ତଲେ
ବାଟେ ଥରେ ଯାଉ ଯାଉ ଦେଖିଲି ଏକ ବୃକ୍ଷ
କଅଳିଆ ପତ୍ର ତାର ମୃଗାକ୍ଷୀ ଭକ୍ଷକ |
ଆଣିବାକୁ କେବେହେଲେ ବଳିଳା ନି ମନ
କିନ୍ତୁ ପରନ୍ତୁ ନଜାଣି କରିଲି ଗମନ
ପୁଣି ଦେଖିଲିଜେ ବିହଙ୍ଗର ମିଳିତ
ସେଠୁ ଫେରି ଆସିଲି ଏକ ଶୋଭାମୟ କ୍ଷେତ |
ଦେଖିଲି ମୁଁ କୃଷକର କାମର ମୂହୁର୍ତ୍ତ
କିଛି ନ ପଚାରି ଫେରି ଆସିଲି କ୍ଷଣିତ
ଏତେ ସବୁ ଦେଖିକି ମୁଁ ପାଇଲି ମୋ ସ୍ଥାନ
ଫେରି ଆସିଲି ମୁଁ ନେଇ ମନରେ ପ୍ରସର୍ଣ୍ଣ |