STORYMIRROR

LAXMIPRIYA SAHU

Others

3  

LAXMIPRIYA SAHU

Others

ଅଜଣା ପଥ

ଅଜଣା ପଥ

1 min
177

ସୁନ୍ଦର ଶ୍ୟାମଳା ପରିବେଶରେ ଗମନ କରେ ମୁଁ

ପରିଚୟ ମୋର ସାଥିରେ ଥାଏ ଏକାଠି ଚାଲୁଥାଉଁ

ଜଣାଥାଏ ମତେ ପରିଚୟ ମୋର ଅଜଣା ଥାଏ ବାଟ

ସେଇ ବାଟରେ ଯାଉ ଯାଉ ମୁଁ ଦେଖିଲି ଅଜାଣତ।। ୧।।

 

ନଜର ପଡିଲା ଏକା ଥରକେ ସେଇ ଯେ ଅଗୁଂର ଗଛ

ଭଲ ପାଇବା ଓ ରାଗକୁ ତାର କଲି ଯେ ମୁଁ ହିଁ ପଛ

ହରାଇଲି ନାହିଁ କେବେ ମୁଁ ମୋର ଗତିକରିବାର ପଥ

ଆଗକୁ ଆଗକୁ ବଢିଚାଲିଲି ମୁଁ ନ ଦେଖି ମନର ହିତ । । ୨।। 

ଅନ୍ୟ ସ୍ଥାନରେ ଦେଖିଲି ଯେ ମୁଁ ପୂର୍ଣ୍ଣ ମାଠିଆର ଜଳ

ବର୍ଣ୍ଣନା ମୋ ପକ୍ଷେ ସମ୍ଭବ ନ ଥିଲା ଛାଡି ଯେ ଆସିଲି ସ୍ଥଳ

ପୁଣି ଦେଖାଗଲା ମୋ ଆଖିରେ ସେହି ଝରଣାର କଳକଳ

ସେଇଠୁ ଦେଖିଲି ଏକ କୃଷକର କାଟୁଥିବା ଗଛମୂଳ।। ୩।। 

ଚିନ୍ତା କରି ମୁଁ ପାରିଲିନି କେବେ ବୁଝି କର୍ମ ର ହାର

ସବୁକିଛି ଦେଖି ଭାବିଲି ସେଠୁ ଚାଲି ଆସିଲି ଥରହର

ଜାଣି ମୁଁ ପାରିଲି ବୁଝି ମୁଁ ପାରିଲି ଏହି ଘଟଣାର ଦୃଶ୍ୟ

ଭାବି ଭାବି ଆସି ପହଞ୍ଚିଲି ମୁଁ ମୋ ପୂର୍ବ ସ୍ଥାନକୁ ସତ୍ୟ।। ୪।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍