STORYMIRROR

LAXMIPRIYA SAHU

Others

3  

LAXMIPRIYA SAHU

Others

COVID_19 ନାମଟି

COVID_19 ନାମଟି

1 min
198

ଚୀନ ଦେଶରେ ଜନମ ତାର 

ବିସ୍ତାର କରୁଛି କେତେକେତେ ଦୂର

ହୃଦୟେ ରଖିଛି ଜୀବନର ଭାର

ଗୋଟେ ଦିନରେ ଲକ୍ଷେ ଲକ୍ଷେ ଧାର

COVID -19 ନାମଟି ତାର

COVID -19 ନାମଟି ତାର l


ଘରୁ ବାହାରିଲେ ମାକ୍ସ ବ୍ୟବହାର

ସାନିଟାଇଜର ହାତରେ ମାର

ବାହାରକୁ ନ ବାହାର ଘରେ ଉପଚାର

ନିୟମଗୁଡିକୁ ପାଳନ କର

ଜୀବନର ଭାଗ୍ଯ ହାତରେ ଧର

COVID -19 ନାମଟି ତାର

COVID -19 ନାମଟି ତାର l


ଲକ୍ ଡାଉନ, ସଟ୍ ଡାଉନ , ଇତ୍ୟାଦିର ହାର

ସୁରକ୍ଷିତ ପାଇଁ ଲୋକଙ୍କୁ ଭର 

ଜରୁରି କାମରେ ପଦାକୁ ବାହାର

ନହେଲେ ପୋଲିସର କଡା ପ୍ରହାର

ଧରି ନିୟମକୁ କର ଆଦର

COVID -19 ନାମଟି ତାର

COVID -19 ନାମଟି ତାର l


କ୍ଷତି କଥା ଶୁଣି ହେବ ଥରଥର 

ଗଂଗା ନଦୀ ପରି ବହୁଛି ନର

ପାପ କର୍ମ ସଦା କରୁଛି ସାର 

ଯେତେ ଧୋଇଲେବି ସରିବନି ଭାର

କର୍ମ ର ଫଳେ ମିଳେ ବ୍ୟବହାର

COVID -19 ନାମଟି ତାର

COVID -19 ନାମଟି ତାର ।


ଦେଶଦେଶ ବୁଲି ଭାରତକୁ ଧରି 

କଲା ନିଜର ଘର ଅକ୍ତିଆର 

ମଣିଷ ଜୀବନ କ୍ଷଣେ କ୍ଷଣେ ଧୀର

କେବେ ଚାଲିଯିବ ସେ ଅଜଣାର ଗାର

ସାହା ଏକା ସେହି କଳା ଠାକୁର

ଜପି ନାମ ସଦା ପ୍ରଭୁଙ୍କୁ ସ୍ମର 

COVID -19 ନାମଟି ତାର

COVID -19 ନାମଟି ତାର

COVID -19 ନାମଟି ତାର l


     


Rate this content
Log in