STORYMIRROR

Sreema Satapathy

Inspirational

3  

Sreema Satapathy

Inspirational

ଏକ ଏମିତି ପ୍ରେମ କାହାଣୀ

ଏକ ଏମିତି ପ୍ରେମ କାହାଣୀ

1 min
125

ମୁଁ କରେ ସର୍ବଦା ରାମଙ୍କ ପୂଜା ଓ ଆରତୀ,

ସେ ଆହ୍ଲାଙ୍କୁ ସାଷ୍ଟାଙ୍ଗ ପ୍ରଣାମ(ସଯଦା) କରନ୍ତି ।

ସେ ତାଙ୍କ ଆହ୍ଲାଙ୍କ ପୁଅ

ତଥାପି ମୋ ରାମ, କୃଷ୍ଣ ସବୁଙ୍କ ଅର୍ଚ୍ଚନା କରନ୍ତି ।

ମୁଁ ତାଙ୍କ ପ୍ରେମରେ ପାଗେଳି

ସେ ମୋତେ ମୋହବତ କରନ୍ତି ।

ଭୋରରୁ ଫଜ୍ର ନମାଜ ପାଇଁ ଉଠି,

ସେ ଆହ୍ଲାଙ୍କ ପାଖେ ନମାଜ ପଢ଼ନ୍ତି ।

ମୁଁ ଉଠି ଯାଏ ତାଙ୍କ ସାଙ୍ଗରେ

ନତମସ୍ତକ ହୋଇ ପୂଜା କରେ ମୋ ଢଙ୍ଗରେ 

ଆଉ ସେ ହସି ହସି ମୋ ମଥାରେ ଓଢଣୀ ଟାଣି ଆଣନ୍ତି ।

ମୁଁ ତାଙ୍କ ପ୍ରେମରେ ପାଗେଳି,

ସେ ମୋତେ ମୋହବତ କରନ୍ତି ।

ପୁଣି ସେ ମୋ ପାଇଁ ଥାଳି ସଜାନ୍ତି,

ମୁଁ ମନ୍ତ୍ର ଶ୍ଳୋକ ଉଚ୍ଚାରଣ କରେ,

ସେ ଗୋଟେ ହାତେ ଆଳତୀ,

ଆର ହାତରେ ଘଣ୍ଟି ବଜାନ୍ତି।

ଦିନର ଆରମ୍ଭ ହୋଇ ଯାଏ ଏମିତି

ମୁଁ ତାଙ୍କ ପାଇଁ ବିରିୟାନି ବି ବନାଏ

ସେ ମୋ ପାଇଁ ପଞ୍ଚାମୃତ ବନାନ୍ତି ।

ଏମିତି ବି ସମାଜ ତା କାମ କରିଛି,

କେତେ ଆମକୁ ଆଙ୍ଗୁଠି ଉଠେଇଛି ।

ଆମକୁ ନା ମନ୍ଦିର ଆପଣେଇଛି,

ନା ମସଜିଦ ବା ଦରଘାରେ ଜାଗା ମିଳିଛି ।

ତାଙ୍କୁ ନା ପାକ୍, ହାରମ୍ ତ

ମୋତେ ଅଣହିନ୍ଦୁ, ବିଧର୍ମୀର ଆଖ୍ୟା ମିଳିଛି ।

ଯେବେ ତାଙ୍କୁ ନା ପାକ୍ କହିଲେ ସମସ୍ତେ,

ମୁଁ ତାଙ୍କୁ ମୋ ପାଖରେ ସମ୍ଭାଳି ନେଇଛି ।

ସେ ବି ଶାନ୍ତ ହୋଇ ବୁଝାଇଛନ୍ତି,

ଯେବେ ଯେବେ ମୋ ଧର୍ମ ଉପରେ ପ୍ରଶ୍ନ ଉଠିଛି ।

ସେ ମୋ ଭଗବାନଙ୍କ ସମ୍ମାନ କରନ୍ତି,

ମୁଁ ତାଙ୍କ ଆହ୍ଲାଙ୍କ ସମ୍ମାନ କରୁଛି ।

ସେ ମୋ ପ୍ରେମରେ ପାଗଳ ଓ

ମୁଁ ବି ବେଇନନ୍ତାହା ମୋହବତ କରୁଛି ।

ମୁଁ ତାଙ୍କ ପ୍ରେମରେ ପାଗେଳି,

ସେ ମୋତେ ମୋହବତ କରନ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational