STORYMIRROR

Sreema Satapathy

Others

4  

Sreema Satapathy

Others

ଶ୍ରୀଫଳ

ଶ୍ରୀଫଳ

1 min
252

ମୁଁ ଶ୍ରୀଫଳ

ଉପରେ ଟାଣ

ଭିତରେ କୋମଳ

ପାଣି ଥିଲା

କୋମାଳତା ବି ଥିଲା

ଜାଣିବା ପାଇଁ ଚେଷ୍ଟା କଲନି

ବୋଧେ ଉପରୁ ଚିକ୍କଣ ଥିବା

ଅନ୍ୟ କିଛି ସୁସ୍ୱାଦୁ ଫଳ ଖୋଜୁଥିଲ

ହଁ ହାଟ ବଜାର ତ ପଡିଥିଲା।


ତୁମେ ଖୋଜି ଖୋଜି ଆଗକୁ ଚାଲିଗଲ

ମୋତେ ଝାଙ୍କି ଝୁଙ୍କି ଫୋପାଡ଼ି ଦେଲ!

ମୁଁ କେବେ ଗଡ଼ିଲି

କେବେ ପଡିଲି

କେବେ ଠାକୁରଙ୍କ ପାଇଁ

ଦୁଇ ଫାଳ ହେଲି

କେବେ ମନୋସ୍କାମନା ପୂର୍ତ୍ତି ପାଇଁ

କାହାର ଦାନ ହୋଇଗଲି

କେବେ ହୋମ ନିଆଁର ଜ୍ବାଳାରେ

ବିନା ଦ୍ବିଧାରେ ଜଳିଗଲି

କେବେ ଘର ଆଗରେ

ଖରାପ ନଜରରୁ ରକ୍ଷା କରିବାକୁ

ନିଜ ଜୀବନକୁ ସମର୍ପଣ କରି ଝୁଲିଲି।

ପଥର ଦେହରେ ବାଜି,

କେବେ ମୁଁ ଆପେ ଆପେ ଭାଙ୍ଗି ଗଲି।


ତେବେ ମୁଁ କଦଳୀ ବାନ୍ଝ ନୁହେଁ,

ତୁମେ ଛାଡି ଚାଲିଗଲ

କାରଣ ମୁଁ ବେଶ୍ ପରିପକ୍ଵ ଥିଲି

ମୁଁ ପୁଣି କହୁଛି ମୁଁ ଶ୍ରୀଫଳ

ଗଛଟିଏ ତିଆରି କରିଦେଇ ପାରିବି

ଅନେକ ଫଳ ଦେଇ ପାରିବି

ଅନ୍ୟ କାହା ଫଳ ପ୍ରାପ୍ତି ବି କରି ଦେଇ ପାରିବି

ଆଉ ତୁମେ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍