ଏଇ ଜୀବନ
ଏଇ ଜୀବନ
ଜୀବନ କେବେ ସୁଖ ଦୁଃଖ ଗନ୍ତାଘର
କେବେ ସେ ହସ କାନ୍ଦର ଏକ ସମାହାର
ଜୀବନରେ ଜିତିବା ଠାରୁ ହାରିବା ବେଶୀ ଥାଏ
ଜୀବନ ଯନ୍ତ୍ରଣା ପ୍ରତି ମୁହୂର୍ତ୍ତରେ ଦାଉ
ସାଧୁ ଥାଏ
ଜୀବନ ଆସିଛି ଦିନେ ପୁଣି ଚାଲି ଯିବ
ଦୁଇ ଦିନ ଏଇ ଜୀବନ ଦିନେ ଦେହକୁ ଛାଡି ଦେବ
ଜୀବନ ବିନା ଶରୀରର ପ୍ରୟୋଜନ ହେବ ନାହିଁ
ଜୀବନେ ଯାହା ପାଇବା ସବୁ ଏଠି ଛାଡି ଯିବା ଭାଇ
ଜୀବନ ଛୋଟ, ହେଲେ ପ୍ରଭୁଙ୍କ ବରଦାନ
ଜୀବନ ଅମୁଲ୍ୟ କେବେ ଭାବିବାନି ମୂଲ୍ୟହିନ
ଜୀବନ ଏକ ଗୀତ ଟିଏ ସାତ ସୁରେ
ଆସ ଗାଇ ଯିବା
ଜୀବନ ଏକ ଉପହାର କେବେ ଜାଣି ଜାଣି ନଷ୍ଟ ନ କରିବା
ଜୀବନରେ ପ୍ରତିକ୍ଷଣକୁ ଆସ ସମାଜ ପାଇଁ ଦେବା
ଜୀବନରେ ଯେତେ ଦିନ ରହିବା ଜୀବନକୁ ଦିବ୍ୟ କରିବା ।