STORYMIRROR

Sangita Mishra Satapathy

Tragedy Inspirational

3  

Sangita Mishra Satapathy

Tragedy Inspirational

ଏବେ ତ ସମୟ ଆସିଛି

ଏବେ ତ ସମୟ ଆସିଛି

1 min
193


କରୋନାର ଏଇ ମହାମାରୀ ରୂପ

ଦେଖି ବିଶ୍ବ ଆଜି ଥରୁଛି 

ତଥାପି କେଜାଣି କେମିତି 

ଧରାକୁ ଶାନ୍ତି ଫେରିଛି ।

ଗାଡି ମଟର ଧୂଳି ଧୂଆଁ ନାହିଁ 

ବିଶ୍ୱ ତାପାୟନ କମିଛି

ପ୍ରକୃତିର ଶାନ୍ତି ରୂପ ଦେଖି

ଜୀବଜଗତ ଖୁସିରେ ହସୁଛି ।

ଶୁଣି କାକଳିର ମଧୁର ସୂର

ଧରଣୀର ମନ ନାଚୁଛି

ଏଇ ଧରା ପରା କୀଟ ତରୁଲତା

ସଭିଁଙ୍କର ବସା 

ଏକଥା ମଣିଷ ଭୁଲିଛି ।

ବିଜ୍ଞାନ ବଳରେ ବଳୀୟାନ ହୋଇ

ଧରାକୁ ସେ ସରା ମଣିଛି

ସେ ଲାଗି ପ୍ରକୃତି ରୁଷିଛି ।

ସନ୍ତାନ ର ଦେଖି କରୁଣ ଅବସ୍ଥା

ମାଟି ମାଆ ଲୁହ ଢାଳୁଛି

ସଭିଁଙ୍କର କାନରେ କହୁଛି 

ସୁଧୁରି ଯା'ରେ ମଣିଷ  

ଏବେ ତ ସମୟ ଆସିଛି। 


Rate this content
Log in

Similar oriya poem from Tragedy