STORYMIRROR

Prakash Ranjan Parida

Tragedy

2  

Prakash Ranjan Parida

Tragedy

ଏବେ ଏବେ ବୁଝୁଛି

ଏବେ ଏବେ ବୁଝୁଛି

1 min
12.6K




ତମକୁ ଅପେକ୍ଷା କରିବାରେ ବି ଅଛି ଗୋଟାଏ

ମିଠା ମିଠା ଅନୁଭବ,

ଏବେ ମୁଁ ପ୍ରସ୍ତୁତ- ଅପେକ୍ଷା କରିବାକୁ

ଦିନ ଦିନ, ବର୍ଷ ପରେ ବର୍ଷ, ତମାମ ଆୟୁଷ;

ଏବେ ଏବେ ଦୁଃଖ ନାହିଁ- ନାହିଁ ଅବଶୋଷ

ତମ ସ୍ମୃତିର ସ୍ନିଗ୍ଧ ଛୁଆଁ

ମତେ ଯନ୍ତ୍ରଣା ଦେଉନି ବରଂ ଗୋଟେ ମିଠା ଆଶ୍ଳେଷରେ

ମେଣ୍ଟିଯାଉଛି ଓରମାନ ।


ଆଉ କେଉଁଠି ନୁହେଁ ବିଶ୍ବାସରେ ତମ ସାମ୍ନାରେ

ଖୋଲିଦେଇଛି ମନ,

ଆତ୍ମାର ଆହ୍ବାନକୁ କହିନପାରିବାର ଅବଶୋଷ ନେଇ

ବଞ୍ଚିବା ଅପେକ୍ଷା-

ତମକୁ ଅପେକ୍ଷା କରିବାରେ ମତେ ମିଳିଛି ବଞ୍ଚିବାର ରାହା ।


କଷ୍ଟ ଦେଇଛି ତମ ନିରବତା

କିଛି ଅବୁଝାପଣରେ ନିଜକୁ ନିଜେ ମନେ କରିଛି ଶତ୍ରୁ

କିନ୍ତୁ ତୁମେ ବିଶ୍ବାସ କର କି ନକର

ତୁମେ ନୁହଁ ତୁମ ସ୍ମୃତି, ମନ୍ତୁରା ଧୂଳି ପରି

ମନରୁ ଦୂରେଇ ଦେଇଛି ଦୁଃଖ,

ଶିଖାଇଛି ଲୁହକୁ ଅମୃତରେ ରୂପାନ୍ତର କରିବାକୁ

ଅଦ୍ଭୁତ ଏକ କୌଶଳ ।।


-----

ପ୍ରକାଶ ରଂଜନ ପରିଡ଼ା

ନିଶିପ୍ରଦୀପ, କଏଳପାଳ, ବାତୋ, କେନ୍ଦୁଝର

ମୋବାଇଲ ୯୪୩୮୦୮୦୫୮୩

Email litp.ranjan@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy