Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Inspirational

4.5  

DILIP KUMAR SAHOO

Inspirational

ଏ ମାଟିକୁ ଆମଶତ ପ୍ରଣିପାତ

ଏ ମାଟିକୁ ଆମଶତ ପ୍ରଣିପାତ

1 min
83



ଏମାଟିକୁ ଆମ ଶତ ପ୍ରଣିପାତ

    ଆମ ପାଇଁ ଇଏ ଚନ୍ଦନ ଚିତା

ଏ ମାଟିରେ ଲେଖା ଆମ ଇତିହାସ

 ଗଉରବ ଭରା ଗରବ ଗାଥା

ଦୁର୍ଜୟ ଆମ   ପାଇକଙ୍କ କଥା

   ଏ ମାଟି ଆଜିବି କହେ ବଖାଣି

ଜଇ ରାଜଗୁରୁ ବକ୍ସି ଜଗବନ୍ଧୁ

  ଦଳବେହେରାଙ୍କ ବୀର କାହାଣୀ

ଯେଉଁ କାହାଣୀ ର ନାୟକ ନିଜେତ

   ପ୍ରଭୁ ଜଗନ୍ନାଥ ଜଗତ ନେତା 

ଗଉରବ ଭରା ଗରବ ଗାଥା ।


ବରୁଣେଇ ଛାତି  ଥରି ଉଠୁଥିଲା

     ବାହୁବଳେନ୍ଦ୍ରଙ୍କ କୁହାଟ ଶୁଣି

କୃତ୍ତିବାସଙ୍କର ରଣ ହୁଙ୍କାରେ

     ଚମକୁଥିଲା ଏ ଚିଲିକା ପାଣି

ଏମିତି ବୀରଙ୍କ ପାଦରେ ପ୍ରଣାମ

    ଆମ ପାଇଁ ଯିଏ ଆଲୋକ ଶିଖା

ଗଉରବ ଭରା ଗରବ ଗାଥା ।


ଦିନ ମାସ ପୁଣି  ଦୁଇଶ ବରଷ

  ସମୟ ଶୁଅରେ ଗଲାଣି ବହି

ଖୋରଧା ମାଟିରେ ପାଦ ଥାପୁ ଥାପୁ

   ହଜିଲା ଅତୀତ ଉଠଇ ଚେଇଁ

ଶେଷଯାଏ ଥିଲା ସ୍ବାଧୀନ ଏ ଦୁର୍ଗ

 ଗୋରା ଫଉଜର ହଜାଇ ଚେତା

ଗଉରବ ଭରା ଗରବ ଗାଥା ।


Rate this content
Log in

Similar oriya poem from Inspirational