Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hemanta Kumar Nayak

Inspirational Others

4.0  

Hemanta Kumar Nayak

Inspirational Others

ଏ କି ମନ୍ଥନ

ଏ କି ମନ୍ଥନ

1 min
299



ଏ କି ମନ୍ଥନ.....?

ବିଭତ୍ସ ଆଜି ମାନବ ଜାତିର

ସମୟକୁ ପ୍ରଶ୍ନ....?


ପକ୍ଷେ ଧରିଛନ୍ତି ଅଦୃଶ୍ୟ ସୂକ୍ଷ୍ମ ଶକ୍ତି....।

ଯେବେ ସୁସ୍ଥ ଶରୀର ଲୋଟି ଗଲା 

ମାଟି ପରେ ନିଶ୍ଚଳ ହୋଇ ।

ଧାଉରିଆ ପବନରେ ଆତ୍ମାର ପ୍ରସ୍ଥାନ

ଆଶ୍ଚର୍ଯ୍ୟ ଚକିତ ମାନବ ଜାତିର

ସିଏ ହିଁ ଜୀବନ....।


ଏ କି ମନ୍ଥନ.....।

ଅପର ପକ୍ଷେ ପ୍ରମାଣ ସାପେକ୍ଷ 

ସଜୀବ ନିର୍ଜୀବ ଠାରୁ ଯଦି ସେ ପୃଥକ

ବିଶେଷ ଜ୍ଞାନ ମାନବ ଜାତିର

କେବଳ ମାନସିକ ଭ୍ରମ....।


ଏ କି ମନ୍ଥନ......।

ପକ୍ଷେ ଦେଉଛନ୍ତି ଫୁଲ ଚନ୍ଦନ.....।

ପକ୍ଷେ କରୁଛନ୍ତି ଉଦ୍‌ଭାବନ....।

ଅମୃତ କି ବିଷ ମାନବ ଜାତିର

ଭବିଷ୍ୟତ ପାଇଁ ଏ ବର୍ତ୍ତମାନ.....

ଏ କି ମନ୍ଥନ.....।

*************************

ଆସ୍ତିକ ଏବଂ ନାସ୍ତିକ ଉଭୟଙ୍କ ମତ ବାଦ୍ କୁ ନେଇ ମୋର ଏକ ଛୋଟ କବିତା " ଏ କି ମନ୍ଥନ" ଏଇ କବିତା ମାଧ୍ୟମରେ ମୋ ମନରେ ଉଠୁଥିବା ପ୍ରଶ୍ନବାଚୀକୁ ନେଇ ଲିଖିତ । ଆଗାମୀ ଭବିଷ୍ୟତ ରେ ସମାଜ କାହାର ମତକୁ ଆପଣେଇବ ? ସମାଜ ବିଷ ପାଇବ ନା ଅମୃତ ? ଉଭୟଙ୍କ ମନ୍ଥନର ପ୍ରଭାବରେ କିଛି ଲୋକ ଦୁଇ ନାବରେ ଗୋଡ଼ ଦେବା ସଦୃଶ୍ୟ ଦ୍ବନ୍ଦରେ । ଆଉ କିଛି ଲୋକ କେବଳ ନିରବଦ୍ରଷ୍ଟା ସାଜି ଦେଖିଛନ୍ତି । ଆସ୍ତିକ ଏବଂ ନାସ୍ତିକ ଉଭୟ କିନ୍ତୁ ଅଟଳ ।


Rate this content
Log in

Similar oriya poem from Inspirational