ଦୟାମୟ ଚିତ୍ତ ଚୋର
ଦୟାମୟ ଚିତ୍ତ ଚୋର
ଦୟାମୟ ଚିତ୍ତ ଚୋରଗୋପୀ ପ୍ରାଣଧନ
କୃପାସିନ୍ଧୁ ଭାବଗ୍ରାହୀ ରାଧା ପ୍ରାଣଧନ ।
ହେରାଧାକାନ୍ତ :
ତୁମ୍ଭେ ଅଟ ମୋ ମନର ମିତ ।।
ଅସୁମାରୀ ସ୍ଵପ୍ନ ଦେଖେଁ ନିତି ପ୍ରତିଦିନ,
ସ୍ଵପ୍ନେ ଆସି ସ୍ଵପ୍ନେ ଉଦ୍ଭା ହୁଅଜନାର୍ଦ୍ଧନ ।
ହେ ପ୍ରାଣବନ୍ଧୁ
ତୁମ୍ଭେ ଅଟ ମୋ ଜୀବନବିନ୍ଦୁ । ।
ବୃନ୍ଦାବନେ ରାସ କଲ ବ୍ରଜ ଗୋପୀନେଇ
ବିତିଗଲା କେତେ କାଳ ହେ କଳା କହ୍ନେଇ ।
କେନଜାଣନ୍ତି
ଯୋଗମାୟା ମାୟାରଚି ଥାନ୍ତି ।
ଷୋହଳ ସହସ୍ର ଗୋପପୁର ବ୍ରଜବାଳୀ
ଯେତେ ଗୋପୀ ସେତେ କୃଷ୍ଣ ହେଲ ବନମାଳୀ ।
ମାତିରାସରେ
ଗୋପୀ ଇଚ୍ଛା ପୁର୍ଣ୍ଣ କଲ ବାରେ ।
ରାସେ ଭାଗ ନେବାପାଇଁ ଚଳେ ଜଣେ ଗୋପୀ
ତାହା ଦେଖି ସ୍ଵାମୀ ତାର ହୁଏ ବଡ କୋପି ।
ତା ସ୍ୱାମୀ ତାହାକୁ ମାଡ ବହୁତ ମାରିଲା,
କୂଳ ଦୋଚାରିଣୀ ବୋଲି ବହୁ ଗାଳିଦେଲା
ଗୃହରେ ରଖି
କବାଟ କିଳିଲା ତାଲା ଯୋଖି ।।
ଗୃହେ ଥିଲା ଖମ୍ବ କୃଷ୍ଣ ଭାବି ଆଳିଙ୍ଗିଲା,
କୃଷ୍ଣ କୃଷ୍ଣ ଗାଇ ଗାଇ ତୁମ୍ଭଙ୍କୁ ପାଇଲା ।
ପରାଣ ତେଜି
ପାଇଲା ମୁକତି କୃଷ୍ଣ ଭଜି ।।
ତୁମ୍ଭେ କେତେ ଦୁରେ ଅଛ ହେ ପରାଣବନ୍ଧୁ
ଗୋପୀ ଭଲି ଉଦ୍ଧାର କରହେ କୃପାସିନ୍ଧୁ ,
ହେ ଭାବଗ୍ରାହୀ
ନତୁବା ପ୍ରାଣ ତେଜିବି ମୁହିଁ ।