ଦୁର୍ଗମ ପଥର ମଣିଷ ମୁଁ
ଦୁର୍ଗମ ପଥର ମଣିଷ ମୁଁ


ଘଞ୍ଚ ଅରଣ୍ୟରେ ପ୍ରବେଶ କରିବା
ଯେପରି ହୁଅଇ କଷ୍ଟସାଧ୍ୟ
ଜୀବନର ପଥ ସେମିତି ଦୁର୍ଗମ
ଚାଲିବାକୁ ନର ହୁଏ ବାଧ୍ୟ ।
ତେଣୁ କଂକରିତ କଣ୍ଟକିତ ପଥେ
ନିତି ସଂଗ୍ରାମ କରି କରି
ଚାଲୁଥାଏ ମୁହିଁ ଅବଶ ନହୋଇ
ଜୀବନ ସ୍ବାଦ ଚାଖିବା ପାଇଁ ।
କଣ୍ଟାକୁ ଆଡ଼େଇ ଆଗକୁ ବଢ଼ଇ
ତୋଳିବାକୁ ନାନା ଆଶା-ଫୁଲ
ଡାଲାଟି ପୂରଣ ନ ହେବା ପର୍ଯ୍ୟନ୍ତ
କରୁଥାଏ ତାହାକୁ ତଉଲ ।
ଭୋଗିବାକୁ ପଡେ କେତେ ଦୁଃଖକଷ୍ଟ
ଜୀବନ ହୁଏ ରହୁଲୁହାଣ
ତଥାପି ମନଟା ଫେରେ ନାହିଁ କେବେ
ଯେଣୁ ଭୋଗ୍ୟବସ୍ତୁ ମୋର ପ୍ରାଣ ।
ଛାଡ଼ି ପାରେ ନାହିଁ ଇନ୍ଦ୍ରିୟ ଲାଳସା
ନିଜର ଭାବି ନଶ୍ବର ଦେହ
ଯେତେ ଦୁର୍ଗମ ହେଲେ ପଥ ମୋର
ଅସାଧ୍ୟ ସାଧନେ ଥାଏ ମୋହ ।
ମନର ବୋଲରେ ଧାମଇଁ ବିବେକ
ପ୍ରତିଟି କଥାରେ ଥାଏ ହୁଁ
ମନଯାନ ସଦା ଉଡ଼ି ବୁଲେ ଯେଣୁ
ଦୁର୍ଗମ ପଥର ମଣିଷ ମୁଁ ।