ଶିକ୍ଷକ
ଶିକ୍ଷକ
ଚରିତ୍ର ଚିତ୍ରଣ ନିମିତ୍ତ
କିଛି ଗୁରୁ ମନ୍ତ୍ର ଉଦିଷ୍ଟ
ଥିଲେ ଜଣେ ଉତ୍ତମ ଶିକ୍ଷକ
ଆମେ ପଢୁଥିଲା ବେଳେ
ଆପେ ଆପେ ମୋର
ମଥା ନତ ହୁଏ
ତାଙ୍କ ଶ୍ରୀ ପୟର ତଳେ
ଏଭଳି ଶିକ୍ଷକ ଦେଖି ନାହିଁ କେବେ
ମୋ ହେତୁ ପାଇବା ଦିନୁ
ଶିକ୍ଷକ ମଧ୍ୟରେ ଶ୍ରେଷ୍ଠତ୍ତମ ସେହି
ପାଶୋରି ପାରୁନି ମନୁ
ଇଂରାଜୀ ରେ ଥିଲା ତାଙ୍କ
ଅଗାଧ୍ୟ୍ୟ ପାଣ୍ଡିତ୍ୟ
ଥିଲେ ସେ ଉଚ୍ଚକୋଟୀର
ଖେଳ ଶିକ୍ଷକ ମଧ୍ୟ
ଛାତ୍ର ଛାତ୍ରୀଙ୍କର ଅତି ପ୍ରିୟ ଗୁରୁ
କିଛି ବିପଦ ଆସିଲେ
ଆମ୍ଭେ ସର୍ବାଗେରେ ତାଙ୍କୁ ସ୍ମରୁ
ସର୍ବଦା ବୁଝାନ୍ତି ଆମକୁ
ଅଳ୍ପ ରେ କେବେ ସନ୍ତୁଷ୍ଟ ନହୋଇ
ସୁଚାରୁ ରୂପେ ନିଜ ଭବିଷ୍ୟତ ଗଢିବ
ଯେତେ ଅଧୟନ କରିବ ପିଲେ
ଜ୍ଞାନ ସିନା ତୁମ ବଢିବ
କରିବନି କେବେ ଦୁର୍ବ୍ୟବହାର
ଦେବନାହିଁ କେବେ
କାହା ମନେ ଦୁଃଖ
ନିବୃତ୍ତ ରହି କଳହରୁ ସଦା
ରଖିବ ପରିବାର ଓ ଦେଶର ଟେକ
ମନ ଧ୍ୟାନ ଦେଇ ପଢିଲେ ସିନା
ହେବ ଜଗତ ଜିତା
ସାହାଯ୍ୟ ନିଚୟ କରିବେ
ତୁମକୁ ଜଗତ ପିତା
ଏତିକି କରୁଣା କର ହେ ଜଗତ ପିତା
ସବୁ ଜନ୍ମେ ଲଭୁ ତାଙ୍କ ପରି ଦେବତା ।