ଦୁର୍ଗେ ଦୁର୍ଗତି ନାଶିନୀ
ଦୁର୍ଗେ ଦୁର୍ଗତି ନାଶିନୀ
• ଦୁର୍ଗେ ଦୁର୍ଗତି ନାଶିନୀ ପର୍ବତ ରାଜ ନନ୍ଦିନୀ,
• ଦଶଭୂଜା ଜୟା ଜଗତତାରିଣୀ ଜୟ ଗୋ ମାତ ଭବାନୀ,
• ଦୁର୍ଗେ ଦୁର୍ଗତି ନାଶିନୀ ।।
•
• ମଙ୍ଗଳ ମୟୀ ମା ମହୀଷା ମର୍ଦ୍ଦିନୀ ତ୍ରୈଲୋକ୍ୟ ରକ୍ଷା କାରିଣୀ,
• ସିଂହରୁଢା ମାତ କୈଳାଶେସ୍ବରୀ ଜୟ ଗଜାନନ ଜନନୀ,
• ଡାକନ୍ତି ଭକତ ଆସ ଆସ ମାତ କରୁଅଛି ତୋରେ ଦୟିନୀ,
• ଦୁର୍ଗେ ଦୁର୍ଗତି ନାଶିନୀ ।।
•
• ଶୁଦ୍ଧ ସୁବର୍ଣ୍ଣର ରଙ୍ଗ ରୁଚିର ନିନ୍ଦେ କାନ୍ତି ତୋର ଜନନୀ,
• ଗଳେ ବିଶୋଭିତ ମନ୍ଦାର ମାଳା ଅବର୍ଣ୍ଣନ ରୂପ ଭବାନୀ,
• ଶଂଖ,ଚକ୍ର, ଖଡ୍ଗ,ତ୍ରୀଶୂଳ ହସ୍ତା ଜୟ ବାମଦେବ ଭାମିନୀ,
• ଦୁର୍ଗେ ଦୁର୍ଗତି ନାଶିନୀ ।।
•
• ଅଣିମାଦି ଅଷ୍ଟ ଐଶ୍ୱର୍ଯ୍ୟ ଦାୟିନୀ ଶଶିମୁଖୀ ଚାରୁ ହାସିନୀ,
• ବନ୍ଦେ ଦେବୀ ମହାମାୟା ମହାଦେବୀ ଦକ୍ଷସୁତା ବ୍ରହ୍ମଚାରିଣୀ,
• ତୋ ପଦାବ୍ଜେ ଭଜେ ପ୍ରଫୁଲ୍ଲ ବିକଳେ ରକ୍ଷାକର ମାତ ଧରଣୀ,
• ଦୁର୍ଗେ ଦୁର୍ଗତି ନାଶିନୀ ।।
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
• ---------- -------------------- ----------
