ଦୁର୍ଗା
ଦୁର୍ଗା
ଦୁର୍ଗତି ନାଶିନୀ ଦୁର୍ଗା ତ୍ରିଶୂଳ ଧାରିଣୀ
ଅସୁର ନାଶିନୀ ମାଗୋ ମହିଷା ମର୍ଦ୍ଦିନୀ ll
ମଙ୍ଗଳ କାରିଣୀ ମାତା ଶକ୍ତି ସ୍ୱରୂପିଣୀ
ଚଣ୍ଡୀ କାତ୍ୟାୟନୀ ଦେବୀ ଭୁବନ ମୋହିନୀ ll
ଅଯୋନି ସମ୍ଭୁତା ସତୀ ମନ୍ଦାର ମାଳିନୀ
ବୁଦ୍ଧି ସିଦ୍ଧି ଦାତା ଦେବୀ ତ୍ରିଲୋକ୍ୟ ବାସିନୀ ll
ଦେବଙ୍କ ତେଜରୁ ଜାତ ଚଣ୍ଡୀ ଓ ଚାମୁଣ୍ଡା
ଦୁର୍ଗା ଦେବ ମାତା ସେତ ଧରି ହାତେ ଖଣ୍ଡା ll
ସଂସାର ଜନନୀ ଦେବୀ ମାତା ମହେଶ୍ୱରୀ
ଭକ୍ତଙ୍କୁ ପାଳନ କରୁ ଶତ୍ରୁକୁ ସଂହାରୀ ll
ଅଷ୍ଟଭୁଜା ଦୁର୍ଗା ମାତା ଅଭୟ ଦାୟିନୀ
ଧର୍ମ, ଅର୍ଥ, କାମ, ମୋକ୍ଷ ଫଳ ପ୍ରଦାୟନୀ ll
ବିଦ୍ୟା ପ୍ରଦାୟନୀ ମାଗୋ ଅମ୍ବିକେ ସାରଳା
ଅଧର୍ମ ନାଶିନୀ ମାତା ବିମଳା ମଙ୍ଗଳା ll
ଶାରଦୀୟ ପୂଜା ତୋ
ର ଶରତ ଆଶ୍ୱିନେ
ନବଦିନ ପର୍ବ କରେ ତୋର ସନମାନେ ll
ଶଙ୍ଖ ଚକ୍ର ନାନା ଅସ୍ତ୍ର ଧରି ଦଶ ହାତେ
ଦଶ ଦୋଷ ହରୁ ତୁହି ଏ ସାରା ଜଗତେ ll
ଦୁଷ୍ଟ ବିନାଶିନୀ ମାଗୋ ସନ୍ଥଙ୍କ କଲ୍ୟାଣେ
ଆଶିଷ ପ୍ରଦାନ କରୁ ଭକ୍ତି ସମର୍ପଣେ ll
ଗର୍ବୀ ଅଂହକାରୀ ବୀର ରାବଣ ରାଜନ
ରାମ ହତ କଲେ ତୋର ଆଶିଷ ପାଇଣ ll
ପ୍ରକାଶିଲା ସତ୍ୟ ଶାନ୍ତି କରୁଣା ତୋହର
ଅଧର୍ମର ନାଶ ହେଲା ଜୟ ଦୁର୍ଗାଙ୍କର ll
ବିଜୟ ଉତ୍ସବ ପାଳୁ ସ୍ମରଣେ ଗାଥାର
ବିଜୟା ଦଶମୀ ପର୍ବ ପବିତ୍ର ତିଥିର ll
ହେ ସିଂହ ବାହିନୀ ମାଗୋ କଲ୍ୟାଣ ଦାୟିନୀ
ସତ୍ୟ ଶାନ୍ତି ଶକ୍ତି ମାତା ଶାନ୍ତି ସ୍ୱରୂପିଣୀ ll
ଯାଉଛୁ ଶରଣ ମାତା ତୋହରି ଚରଣେ
ରକ୍ଷା କର ଧର୍ମ ମାଗୋ ସମାଜ କଲ୍ୟାଣେ ll