STORYMIRROR

Dharmapada Mohapatra

Tragedy

3  

Dharmapada Mohapatra

Tragedy

ଦୁଖଃ

ଦୁଖଃ

1 min
240

ଘଟଣା କ୍ରମରେ

ଆସେ ଦୁଃଖ ଲାଗେ ବି ଦୁଃଖ 

ବିନା ଦୁଃଖରେ ଆସେନା ସୁଖ

ସୁଖର ଦ୍ଵାରା ହିଁ ଦୁଃଖ 

ଦୁଃଖ ନ ଆସିଲେ

କେମିତି ଚିହ୍ନିବା ସୁଖ ll

ସଂଘର୍ଷ ହିଁ

ଦୁଃଖର ବିନାଶ

କାମନା, ବାସନାକୁ କରିଲେ ନାଶ

ମନରେ ଭରିଦେବl

ଅଫୁରନ୍ତ ଚେତନା 

ଜୀବନେ ଆସିବନି ଲାଞ୍ଛନା ଯାତନା

ଦୁଃଖ ଆସିବାକୁ 

କରିବା ନା, ନା ll

ଦୁଃଖର କାରଣ 

ଦରିଦ୍ରର  କଷା ଘାତ

ଲଢିବା, ଆଗେଇବା

ଧୈର୍ଯ୍ୟର  ସହ ମୁକାବିଲା କରିବା

ପ୍ରଭୁଙ୍କୁ କରିବା ସମର୍ପିତ

ହେବାନି ଭୟଭୀତ ll

ଜୀବନେ ଦୁଃଖ 

ହିଁ ଅନ୍ତରଙ୍ଗ ବନ୍ଧୁ 

ଶିଖାଏ ଡେଇଁବାକୁ ସାତ ସିନ୍ଧୁ l

ଆରେ ମନ

ହେଉ କାହିଁ ଉଚ୍ଛନ୍ନ

ଆସିଲେ ଦୁଃଖ 

କିଏ ତୋ ସାଥେ ଲଗାଇବ ଭାବ?

କିଏ ତୋ ପର ଓ ନିଜର 

ସଭିଙ୍କୁ ଚିହ୍ନିବ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy