STORYMIRROR

Dharmapada Mohapatra

Others

3  

Dharmapada Mohapatra

Others

ଲକ୍ ଡାଉନ୍

ଲକ୍ ଡାଉନ୍

1 min
146

ଲକ୍ ଡାଉନ୍, ଲକ୍ ଡାଉନ୍, ଲକ୍ ଡାଉନ୍

ଜନ ହିତ ଲାଗି କେତେ ସେ ଜରୁରୀ 

ମନ ଦେଇ ଥରେ ଶୁଣ୍ ।

କରୋନା ପାଇଁ ତ ବିଶ୍ଵ ବିଭ୍ରାନ୍ତ

ଆମ ପ୍ରତିନିଧି ବହୁ ଚିନ୍ତିତ 

କୋଣେ ଅନୁକୋଣେ ନିଷ୍ପତ୍ତି ନିଅନ୍ତି 

ହେବାନି କେମିତି ଆମେ ଆକ୍ରାନ୍ତ l

ନିଜକୁ ନିଜେ କରିବା ରକ୍ଷା 

ସୁରକ୍ଷା ଭାଇ ଙ୍କୁ କାହିଁ ଅପେକ୍ଷା

ନିଜେ ସୁଧୁରିଲେ ଯୁଗ ସୁଧୁରିବ

ଆପଣା ଛାଏଁ ସେ କରୋନା ହାରିବ l

ସୁଯୋଗ ଆସିଛି ରହିବା ଘରେ 

ମିଶି ପରିବାର ସହିତ

ପରି କଳ୍ପନା ନୂଆ ଚିନ୍ତା ଧାରା 

କରି ପାରିବା ଘରେ ବସିତ l

ବାହାର କୁ ଯିବା ଜରୁରୀ ତ ଥିଲେ 

ବନ୍ଧୁ ମୁହେଁ ମାସ୍କ ନିଶ୍ଚିତ

ଛେପ ନ ପକାଅ ରାସ୍ତା ରେ କେହି

ପରସ୍ପର ପ୍ରତି ରଖ ଦୂରତ୍ୱ l

କିଏ ବା ଜାଣିଛି କେବେ ଶେଷ ହେବ

କରୋନା ର କସରତ

ଲକ୍ ଡାଉନ ନିୟମ ମାନି ଚଳୁଥିଲେ

କରୋନା ରୁ ହେବା ବଞ୍ଚିତ l



Rate this content
Log in