ଡାକବାଲା
ଡାକବାଲା
1 min
192
ମାଟିଆ ପୋଷାକେ ହେ ଡାକବାଲା
ଘଣ୍ଟି ଶବ୍ଦ ଶୁଭେ ନାହିଁ l
ଥିଲା ସେ ବିଶ୍ୱସ୍ତ ସଭୀଜନଙ୍କର
କାହା ଚିଠି କାହାକୁ ଦିଏ ନାହିଁ ll
ପିଲା ଠୁ ତ ବୁଢ଼ା ସଭିଙ୍କ ଭରସା
ଖବର ଥିଲେ ତ ନିଶ୍ଚିତ ଦେବ l
ଝରକା ଫାଙ୍କରେ ନୂଆବୋହୂ ଦେଖା
ଭାବେ ତା ଉତ୍ତର ଆସିଥିବ ll
ସ୍ନେହ, ପ୍ରେମର ଲେଖା ଆଉ ନାହିଁ
ଡାକବାଲା ଆଉ ଆସୁନାହିଁ l
ସ୍ମାର୍ଟ ଫୋନ୍ ଏବେ ଗାଁ ଓ ସହରେ
ଡାକବାଲା କୁ ଦେଲା ହଜେଇ ll
ଦୂର ବିଦେଶ ରେ ନିଜର କେ ଥିଲେ
ପ୍ରତିକ୍ଷଣେ ମିଳେ ଖବର।
ଚିଠି ରେ ଖବର ମିଳେ ଡେରିରେ
ସର୍ବେ ହେଉଥିଲେ ହରବର ll
ଖବର ପ୍ରସାର ଠିକ୍ ଠାକ୍ ଚାଲେ
ଏ ବିଜ୍ଞାନ ର କରାମତି l
ଅପ ବ୍ଯବହାର କଲେ ସଦୁପଯୋଗର
ଡାକବାଲାକୁ ତ ମନେ ପକାନ୍ତି ll
