STORYMIRROR

Dharmapada Mohapatra

Others Children

3  

Dharmapada Mohapatra

Others Children

ମୋ ପିଲାଦିନ ସ୍କୁଲ

ମୋ ପିଲାଦିନ ସ୍କୁଲ

1 min
215

ଆଗାମୀ ଦିନର ଉଜ୍ଜ୍ବଳ ପାଇଁ କି

ସାଥେ ଅତୀତ ର ସ୍ମୃତି 

ହାତେ ମାପି ଆମେ ଚାଖଣ୍ଡେ ଚାଲୁ

ନେଇତ ଆଜିର ସ୍ଥିତି ll

ସ୍ମୃତି ଯେ ଅଭୂଲା ପୁଣି ଅପୋଶରାା

ସଭୀଙ୍କର ପିଲାବେଳ l

ଗାଁ ସାଙ୍ଗସାଥି, ପିଲାଦିନ ସ୍କୁଲ

ନାଚ କୁଦ ଆଉ ଖେଳ ll

ସ୍ମୃତିରେ ଝଲକେ ପିଲାଦିନ ସ୍କୁଲ 

'ଲେଖା ରେ ଅବର୍ଣ୍ଣନୀୟ l

ଗୁରୁଜୀ ଗୁରୁମା ଗଢି ତୋଳିଛନ୍ତି 

ଆମର ସେ ମାନନୀୟ ll

ପିଲାଦିନ ସ୍କୁଲ ମୋର ପ୍ରିୟ ଥିଲା 

ସେ ତ ବିଗତ ର ସ୍ମୃତି 

ଗୁରୁଜୀ, ଗୁରୁମା , ସାଥି ମେଳେ ସହ 

ସମୟ ଯାଇଛି ବିତି ll

ଗଣିତ, ସାହିତ୍ୟ, ସଂସ୍କୃତ, ବିଜ୍ଞାନ 

ହିନ୍ଦୀ ପୁଣି ବ୍ୟାକରଣ 

ଗୁରୁ ଙ୍କ ଶିକ୍ଷା ରେ ସହଜ ଲାଗଇ

ପଢୁ ଥିଲୁ ଦେଇ ମନ ll

ଜାତୀୟ ଦିବସ ଗଣପତି ଆଉ

ମା ସରସ୍ଵତୀ ପୂଜା 

ସାଙ୍ଗ ସାଥି ମେଳେ ହସ କୌତୁହଳେ

କରୁଥିଲୁ ଭାରି ମଜା ll

ଦେଇ ପାରିବାନି ଗୁରୁ ଙ୍କ ଦାକ୍ଷିଣା

ଆଜୀବନ ଆମେ ରୁଣୀ

ସାର୍ଥକ ହୋଇବ ଅନୁସରି ଗଲେ

ଏକଲବ୍ୟ ଓ ଆରୁଣୀ ll

ପିଲା ଦିନ ସାଥି,  ପିଲା ବେଳ ସ୍କୁଲ

ଏତ ଅଭୁଲା ର ସ୍ମୃତି

ଯେତେ ଦୂରେ ଥିଲେ  ଭୂଲି ପାରିବାନି

ହୃଦେ ରଖିବା ସାଇତି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍