STORYMIRROR

Dharmapada Mohapatra

Others

3  

Dharmapada Mohapatra

Others

କବିତା

କବିତା

1 min
198

କବିତାକୁ ମୋର ଲାଗେ ନିଜର

କଥାରେ ପାରେନି କହି l

କବିତାରେ ଯଦି ମଧୁରତା ଥାଏ

ଧନ୍ଯ ହୋଇଯାଏ ମୁହିିଁ।।

ପଦର ସହିତ ପଦ ମିଶିଗଲେ

ଲେଖି ହୋଇଯାଏ କବିତା

କବିତାର ଭାବ ମନକୁ ଛୁଇଁଲେେ

ଆସେ ତା ପ୍ରତି ମମତା ll

କବିର ଭାବନା ସହଜତ ହୁଏ

ମିଳିଗଲେ ପରିବେଶ l

ଭାବର ଧାରାକୁ ପ୍ରସଂଶା ମିଳିଲେ

ମନେ ଆସିଯାଏ ବିଶ୍ଵାସ ll

ବାବା ଗଣପତି ସହାୟ ହେଲେ

ଲେଖାରେ ହୁଏନା ବିଗ୍ନ l

ମା ସରସ୍ଵତୀ କଣ୍ଠେ ବିଜେ ହେଲେ

କବିତାକୁ ମିଳେ ମାନ୍ୟ ll

କବିତାରେ କବି ଲେଖା ରେ ଲେଖକ

ମିଳିଗଲେ ତ ସ୍ୱୀକୃତି l

ପଢିବା ଶୁଣିବା ମଧୁରତା ଲାଗେ

ବଢି ଯାଏ ଭାବ ପ୍ରୀତି ll



Rate this content
Log in